ପୋଖରୀରେ ବୁଡ଼ି ବାଳକ ମୃତ
ବୁଗୁଡା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମରେ ପୋଖରୀରେ ବୁଡି ଜଣେ ବାଳକର ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତ ବାଳକ ଜଣକ ହେଲେ ତାଳସାକର ଗ୍ରାମର ସାଇରାମ ସ୍ୱାଇଁ(୯) । ପ୍ରକାଶ ଯେ, ବାପାମାଆ ଛେଉଣ୍ଡ ସାଇରାମ ମାମୁଁ ଘର ଡାକରାବାଡିରେ ରହି ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲା । ସେ ଅଜା ଆଈଙ୍କ ସହ ମିଶି ଗୌଡିଆବୋରଦା ଗ୍ରାମକୁ ଏକ ବାହାଘର ଭୋଜିକୁ ଆସିଥିଲା । ତେବେ ଆଜି ସକାଳେ ସେହି ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ସେ ବୁଡି ଯାଇଥିଲା । ଗାଁ ଲୋକେ ତାକୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେସ୍ ୮/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ଦ ଜାରି ରଖିଛି ।