କୁକର୍ମ ଓ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ଫାଶୀ ଦାବିରେ ଗଣଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚବର ସାହିର ସ୍ୱର୍ଗତ ରିନୁ ମହାପାତ୍ରଙ୍କୁ କୁକର୍ମ ପରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ୪ ଜଣ ଆସାମୀଙ୍କୁ ଫାଶୀ ଓ ବଡିମୁଣ୍ଡାର ପବିତ୍ର ପ୍ରଧାନଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟିକାବାଲି ବ୍ଲକ ଓ ଚକାପାଦ ବ୍ଲକର ହଜାର ହଜାର ମହିଳା ପୁରୁଷ ଆନେ୍ଦାଳନ ମାଧ୍ୟମରେ ସରକାରଙ୍କୁ ଦୃଷ୍ଟିଆକର୍ଷଣ କରିଥିବା ଦେଖିବାକୁ ମିଳିଛି । କଲବଲ କରି ଜୀବନ ନେଇଥିବା ଆସାମୀମାନଙ୍କୁ ଫାଶୀ ଦେବା ଦାବିରେ ନାରାବାଜି ଦେଇ ଟିକାବାଲି ଅଞ୍ଚଳକୁ ହଲଚଲ ସୃଷ୍ଟି କରିଛନ୍ତି ଆନେ୍ଦାଳନ କାରି । ମୃତୁ୍ୟ ଦ୍ୱୟ ପରିବାରଙ୍କୁ ୫୦ ଲକ୍ଷ, ହାତ୍ୟକାରୀଙ୍କୁ ଫାଶୀ, ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ ଏବଂ ପ୍ରତ୍ୟେକ ଛକମାନଙ୍କରେ ସିସି କ୍ୟାମେରା,ଛକ ମାନଙ୍କରେ ପୋଲିସ ମୃତାୟନ କରି ଅଞ୍ଚଳକୁ ସୁରକ୍ଷିତ ରଖିବା ପରି ପ୍ରମୁଖ ଦାବି ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜÿିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଏହି ଦାବିପୂରଣ ପ୍ରତି ପ୍ରଶାସନ ଅଣ ଦେଖା କରନ୍ତି ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ବିକ୍ଷୋଭ କାରି ଚେତାବନୀ ଦେଇଛନ୍ତି । ରାଲିରେ ସରପଞ୍ଚ ସାଳିମା ପ୍ରଧାନ, ରୁନିତା କହଁର, କୁନ୍ଦରୁ ମଳିକ, ବଦନ ପ୍ରଧାନ, ନାରୀ ସୁରକ୍ଷା ମହିଳା ମହାସଂଘ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘର ଆବାହକ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ )ନାରି ସଭାନେତ୍ରୀ ଅପସରି ଡିଗାଲ, ଜÿିଲ୍ଲା ସମ୍ପାଦିକା ରନôାବତି ବେହେରା,ଟିକାବାଲି ସାଖାର ସମ୍ପାଦିକା ଜିନିମା ମଳିକ,ଙ୍କ ସମେତ ତନୁଜ କୁମାର ଭୋଇ, ଲିଙ୍ଗରାଜ ନାୟକ, ରମାପଣ୍ଡା, ବୁଲୁ ପ୍ରଧାନ,ବିପ୍ଲବୀ ସଞ୍ଜୀବ ଡିଗାଲ, ପୁର୍ଣ ଚନ୍ଦ୍ର ଡିଗାଲ, ଜ୍ୟାତି ରଞ୍ଜନ ମହାପାତ୍ର, ରୁଦ୍ର ପ୍ରସାଦ, ବାନାମ୍ବର ମୁଖିଙ୍କ ପରି ବିଶିଷ୍ଠ ସମାଜପ୍ରେମୀ ଯୋଗଦାନ ଦେଇ ଟିକାବାଲି ଥାନା ସମ୍ମୁଖ, ଏବଂ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମାରକପତ୍ର ଦେଇ ଗଣ ଧାରଣା ଦେଇଥିଲେ । ଉପସ୍ଥିତ ସମସ୍ତେ ଗଣ ବିକ୍ଷୋଭର ମୂଲ୍ୟ ବୁଝିଛନ୍ତି ବୋଲି ଆବାହକ ମହୋଦୟ ବୁଲୁ ବାବୁ ମା’ ଭଉଣୀ ଓ ବାପା ଭାଇଙ୍କୁ କୋଟି କୋଟି ପ୍ରଂଶସା କରିଥିବା ଜଣାଯାଇଅଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଭାଇ, ଭଉଣୀ ମାଆ, ବାପା ଏବଂ ସମସ୍ତ ସ୍ୱଛାସେବୀ ଅନୁଷ୍ଠାନ, ବଡ଼ି ମୁଣ୍ଡା,ଟିପାରିଗାଁ, ଟିକାବାଲି, ଟ୍ରାକ୍ଟର ମାଲିକ ସଂଘ, କଳାକାର ମହାସଂଘ, ଜୀବିକା ସୁରକ୍ଷା ମଞ୍ଚ, ବଣିକ ସଂଘ ଏହିପରି ଅନେକ ଅନୁଷ୍ଠାନ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିବା ଦେଖିବାକୁ ମିଳିଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
