‘ଯୁଦ୍ଧ ନୁହଁ ଶାନ୍ତି ଚାହୁଁ’

 ନୀଳଗିରି : ବର୍ତ୍ତମାନ ଆମେରିକା ସାରା ବିଶ୍ୱକୁ ଦଖଲ ପାଇଁ ମନ ବଳାଇଛି । ଆମେରିକା ସାହାଯ୍ୟରେ ଇସ୍ରାଏଲ  ଗାଜା ଉପରେ ଆକ୍ରମଣ କରିବା ଫଳରେ ବହୁ ଧନଜୀବନ ନଷ୍ଟ ହୋଇଛି । ଯଦି ଏହା ବନ୍ଦ ନ ହୁଏ ତୃତୀୟ ବିଶ୍ୱ ଯୁଦ୍ଧ ଅବଶ୍ୟମ୍ଭାବୀ ।  ଏହାକୁ ବିରୋଧ କରି ସିପିଆଇ (ଏମ)ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରାରମ୍ଭରେ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭଯାତ୍ରାରେରେ ବାହାରି, ଆମେ ଯୁଦ୍ଧ ନୁହଁ ଶାନ୍ତି ଚାହୁଁ ସ୍ଲୋଗାନ ଦେଇ କଚେରୀ ବଜାର ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ । ପରେ ଏଥିନିମନ୍ତେ ଆୟୋଜିତ ସଭାରେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଆନ୍ତର୍ଜାତିକସ୍ତରରେ ଆମେରିକାର ଯୁଦ୍ଧଖୋର ମନୋବୃତ୍ତିକୁ ତୀବ୍ର ସମାଲୋଚନା କରିଥିଲେ । ସିପିଆଇଏମ୍ ଯୁଦ୍ଧ ନୁହେଁ ଶାନ୍ତି ଚାହେଁ ବୋଲି କହିଥିଲେ । ଯୁଦ୍ଧ ହେଲେ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହେବ । ଗରିବ ଲୋକମାନେ ଖାଇବାକୁ ପାଇବେ ନାହିଁ । ତେଣୁ ଯୁଦ୍ଧ ଯାଥା ଶୀଘ୍ର ବନ୍ଦ କରିବା ପାଇଁ ସିପିଆଇଏମ୍ ପକ୍ଷରୁ ନିବେଦନ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ର, ଜ୍ୟୋତିର୍ମୟ ରାଉତ, ହେମେନ୍ଦ୍ର ସେଠି  କାଳିଆ ପାତ୍ରଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।