କମ୍ପୁଟର ସାଇନ୍ସ ଛାତ୍ରୀ ସ୍ମିତା ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା : ଗରଦପୁର ବ୍ଲକ ପାଟକୁରା ଗ୍ରାମ ପଞ୍ଚାୟତ ଜଗଦଳପୁର ଗ୍ରାମର ଅଜୟ ମହାନ୍ତିଙ୍କ କନ୍ୟା ରେଭେନ୍ସା ବିଶ୍ୱବିଦ୍ୟାଳୟ କମ୍ପୁଟର ସାଇନ୍ସି ସ୍ନାତକୋତ୍ତର ଛାତ୍ରୀ ସ୍ମିତା ମହାନ୍ତି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେ କମ୍ପୁଟର ସାଇନ୍ସିରେ ସ୍ନାତକୋତ୍ତର ଟପ୍ପର ହୋଇ ଗତ ଜୁଲାଇ ମାସ ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତନ ଉସôବରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ ଯୋଗଦେଇ ସ୍ମିତାଙ୍କୁ ଅଙ୍ଗବସ୍ତ୍ର ଓ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ । ଆଜି ଖବର ପାଇ କେନ୍ଦ୍ରାପଡା କୋଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ ସ୍ମିତାଙ୍କ ଜଗଦଳପୁର ସ୍ଥିତ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ପ୍ରୋସôାହନ ରାଶି ପ୍ରଦାନ କରିଛନ୍ତି । ସଭାପତି ଶ୍ରୀ ସାହୁଙ୍କ ସହିତ କେନ୍ଦ୍ରାପଡା କୋଅପରେଟିଭ ସୋସାଇଟିର ଗରଦପୁର ଶାଖା ପରିଚାଳକ ଅନୋଜ ସିଂ ଓ ସୋସାଇଟି ନିଦ୍ରେ୍ଧଶକ ବଲ୍ଲଭ ନନ୍ଦୀ (ବୁଲୁ) ଙ୍କ ସମେତ ଏଜେ ଦୀପକ ପାଣି, ଆଷୁତୋଷ ପାଣି ଉପସ୍ଥିତ ଥିଲେ ।