ତୃତୀୟ ଓ ପଞ୍ଚମ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ

  ବୁଗୁଡ଼ା: ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୪ ମସିହାର ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳାଫଳ ପ୍ରକାରେ ତୃତୀୟ ଶ୍ରେଣୀର ମେରିଟ୍ ତାଲିକାରେ ବୁଗୁଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅମିତ କୁମାର ସାହୁ ୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଯସ୍ମିନିରାଣୀ ଦାଶ୨ୟ ଓ ଦିବ୍ୟାଶୁଂ ନାୟକ୪ର୍ଥ, ନିୟୁ ଏରା ପବ୍ଲିକ୍ ସ୍କୁଲର ଲିପ୍ସାରାଣୀ ଜେନା ୩ୟ, ମା ସରସ୍ୱତୀ ବିଦ୍ୟା ମନ୍ଦିର, ମାଣିତରାର ସାନଭି ମାନସିଂ୫ମ , ସାଇ ସରସ୍ୱତୀ ଶିଶୁ ମନ୍ଦିର, ବୁଗୁଡାର ଶ୍ରଦ୍ଧାଞ୍ଜଳି ବେହେରା ୬ଷ୍ଠ , କରଚୁଲି ସରସ୍ୱତୀ ଶିଶୁ ମନ୍ଦିରର ଅଭିଲିପ୍ସା ପାତ୍ର ୭ମ ରହିଛନ୍ତି । ଅନ୍ୟପକ୍ଷରେ ସେହି ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାର ମେରିଟ୍ କମ୍ ପ୍ରୋଭର୍ଟି ତାଲିକାରେ ଏସବିଏନ୍ ଗାର୍ଲସ୍ ହାଇସ୍କୁଲର ଆରାଧନା ସାହୁ ୧ମ , ବନ୍ଧସାହି ପିପିଏସର ସୁଚିତ୍ରା ପ୍ରଧାନ ୨ୟ, ନିୟୁ ଏରା ପବ୍ଲିକ୍ ସ୍କୁଲର ହର୍ଷିତା ଜେନା ୩ୟ, ସାଇ ସରସ୍ୱତୀ ଶିଶୁ ମନ୍ଦିରର ଶ୍ରେୟାଶୁଂ ଶେଖର ପଣ୍ଡା ୪ର୍ଥ, କରସିଙ୍ଗି ହାଇସ୍କୁଲର ତପସ୍ୱିନୀ ପ୍ରଧାନ ୫ମ, ଜେଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶୁତୋଷ ନାୟକ ୬ଷ୍ଠ, ବାଲିପଦର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଉମିଦ କୁମାର ସାହୁ ୭ମ ସ୍ଥାନରେ ରହିଛନ୍ତି । ସେହିପରି ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳାଫଳର ମେରିଟ୍ ତାଲିକାରେ ନିୟୁ ଏରା ପବ୍ଲିକ୍ ସ୍କୁଲର ସୁଚେତା ମହାପାତ୍ର୧ମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅବନୀ ପ୍ରସାଦ ପଣ୍ଡା ୨ୟ, କରଚୁଲି ସରସ୍ୱତୀ ଶିଶୁ ମନ୍ଦିରର ସିଦ୍ଧିଶ୍ରୀ ବେହେରା ୩ୟ, ବାଲିପଦର ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୁପମ କୁମାର ସେଠୀ ୪ର୍ଥ, ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଳମ୍ବ ଛକର ଆଶିଷ କୁମାର ସ୍ୱାଇଁ ୫ମ, ସୋରଡ ପ୍ରାଥମିକ ବିଦ୍ୟାଳୟର ଆର୍ଯ୍ୟସ୍ମିତା ସାହୁ ୬ଷ୍ଠ, ଜେଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆୟୁଶ ସେଠୀ ୭ମ ରହିଛନ୍ତି । ଅନ୍ୟପକ୍ଷରେ ସେହି ପଞ୍ଚମ ଶ୍ରେଣୀ ମେରିଟ୍ କମ୍ ପ୍ରୋଭର୍ଟି ତାଲିକାରେ ଏକଡାଳ ପ୍ରାଥମିକ ବିଦ୍ୟାଳୟର ତେଜସ୍ୱିନୀ ନାୟକ ୧ମ, ଗୋଲିଆ ପ୍ରାଥମିକ ବିଦ୍ୟାଳୟର କୁସୁମ ପୋଲେଇ ୨ୟ, ବୁଗୁଡ଼ା ସାଇ ସରସ୍ୱତୀ ଶିଶୁ ମନ୍ଦିରର ଜି.ସ୍ୱାତୀ ସ୍ମିତା ୩ୟ, କରସିଙ୍ଗି ହାଇସ୍କୁଲର ଶୁଭଶ୍ରୀ ଗୌଡ ୪ର୍ଥ, ଜେଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସିଏଚ୍ ଇଶାନ୍ ପାତ୍ର ୫ମ , ମାଣିତରା ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୋହନ ରାଉତ ୬ଷ୍ଠ, ନିୟୁ ଏରା ପବ୍ଲିକ୍ ସ୍କୁଲର ବିଭୁ ପ୍ରସାଦ ଦାଶ ୭ମ ସ୍ଥାନରେ ରହିଛନ୍ତି ।