ବାବା ଆଖଣ୍ଡଳେଶ୍ୱରଙ୍କ ମହାରୁଦ୍ରାଭିଷେକ
ଖଇରା: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଇରା ବଜାରବାସୀଙ୍କ ଆରାଧ୍ୟ ବାବା ଶ୍ରୀ ଆଖଣ୍ଡଳେଶ୍ୱରଙ୍କ ଆଶ୍ୱିନ ମହା ରୁଦ୍ରାଭିଷେକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ପରିଚାଳକ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ସମିତିର ସମ୍ପାଦକ ଗୌରଚନ୍ଦ୍ର ଦାସ, ବୈଦ୍ୟନାଥ ଆଚାର୍ଯ୍ୟ, ଗୌରଚନ୍ଦ୍ର ପାଠୀ, ପ୍ରଫୁଲ୍ଲ ଶତପଥୀ, ବେଣୁଧର ମିଶ୍ର, ଜନାର୍ଦ୍ଧନ ମିଶ୍ର, କ୍ଷେତ୍ରବାସୀ ପଣ୍ଡା, ବିରଞ୍ଚô ନାରାୟଣ ମିଶ୍ର, ଶରତ ପଣ୍ଡା, ଆକାଶ ପଣ୍ଡା ଓ ବୁଦ୍ଧିରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିଲେ । ଖଇରା ବ୍ଲକ ସମେତ ବାଲେଶ୍ୱର, ବାହନଗା, ସୋର, ଔପଦା ଓ ସିମୁଳିଆ ବ୍ଲକରୁ ଆଚାର୍ଯ୍ୟ ଓ ପଣ୍ଡିତ ଗଣ ଯୋଗ ଦେଇଥିଲେ ।