ମଦ ଜବତ;୪ ଗିରଫ
ଦାନଗଦୀ : ଯାଜପୁର ରୋଡ଼ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୬ ଲିଟର ଚୋରା ମଦ,ଦୁଇଟି ବାଇକ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମତେ ଅବକାରୀ ବିଭାଗର ଏକ ଟିମ ଧୂଳିଗଡ଼ ପଂଚାୟତ ମାନପୁର ଗାଁରେ ଚୋରା ମଦ ବିକୁଥିବା ରଘୁନାଥ ରଣାଙ୍କୁ ଗିରଫ କରିବା ସହ ସୋଲବନ୍ଦୀର ସୁଶାନ୍ତ ରାଉତଙ୍କୁ ଗିରଫ କରିଥିଲେ । ସେହିପରି ଟୋଲକାନି ରାସ୍ତାରେ ଧୂଳିଗଡ଼ର ଶ୍ରୀକାନ୍ତ ନାୟକ ଓ ମୁଣ୍ଡମାଳର ବିକି ଦାସଙ୍କୁ ଗିରଫ କରିଥିଲେ । ଚୋରା ମଦ ବେପାରୀଙ୍କ ଠାରୁ ଦୁଇଟି ବାଇକ ମଧ୍ୟ ଜବତ କରିଥିଲେ । କେସ ନମ୍ବର ୯୦/୯୧/୭୦/୪୨ /୨୦୨୫ ରେ ଅଭିଯୁକ୍ତ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଚଢ଼ାଉରେ ଅବକାରୀ ବିଭାଗର ଓଆଇସି ବିଭୂପ୍ରସାଦ ସାହୁ, ଏଏସଆଇ ରଶ୍ମିରେଖା ଜେନା, କନେଷ୍ଟବଳ ମାଳତୀ ମାଝୀ ଓ ଚଗଲା ମଲ୍ଲିକ ଓ ଅନ୍ୟ ଏକ ଟିମରେ ଆଇଆଇସି ନାରାୟଣ ବେହେରା, ଓଆଇସି. ସୁରେନ୍ଦ୍ର ପଣ୍ଡା,ଏଏସଆଇ ରଞ୍ଜନ ପାତ୍ର ଓ କନେଷ୍ଟ ବଳ ଗଣେଷ ଦଣ୍ଡପାଟ ପ୍ରମୁଖ ସାମିଲ ଥିଲେ ।