ସାଇ ମନ୍ଦିର ପ୍ରତିଷ୍ଠା 

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ରାଘବପୁର ପଞ୍ଚାୟତ ଅଧିନ ଭୈରଙ୍ଗୀ ଗ୍ରାମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ସହିତ ଶିରିଡି ସାଇଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।  ସୋମବାର ସକାଳ ସମୟରେ ପୁଷ୍କରିଣୀରୁ ଘଟୋତ୍ତଳନ କରାଯାଇ ୧୦୮ କଳସ ଶୋଭାଯାତ୍ରାରେ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଯଜ୍ଞସ୍ଥଳକୁ ଅଣା ଯାଇଥିଲା । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କଳସ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।