ମହାବିନାୟକଙ୍କ ଦର୍ଶନ କରି ବାହାରିଲେ ଅମର-ବର୍ଷା

ମହାବିନାୟକଙ୍କ ଦର୍ଶନ କରି ବାହାରିଲେ ଅମର-ବର୍ଷା

ଯାଜପୁର:  ଆଜି ବଡ଼ଚଣା ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ବିଜେପି ପ୍ରାର୍ଥୀ ଅମର ନାୟକ ଏବଂ ବିଜେଡ଼ି ପ୍ରାର୍ଥିନୀ ବର୍ଷା ପ୍ରୀୟଦର୍ଶନୀ ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ କରିବା ସହ ପୂଜାପାଠ କରିଥିଲେ । ପ୍ରଥମେ ଅମର ସମର୍ଥକଙ୍କ ସହ ପହଞ୍ଚି ମହାବିନାୟକଙ୍କ ଦର୍ଶନ କରିବା ସହ ପୂଜାପାଠ କରି ବାବାଙ୍କ ଆଶୀର୍ବାଦ ଲାଭ କରିଥିଲେ । ସେଠାରୁ ସିଧା ଶୋଭାଯାତ୍ରାରେ ଯାଜପୁର ଅଭିମୁଖେ ବାହାରିଥିଲେ । ସେହିପରି ଅମରଙ୍କ ପରେ ପରେ ବର୍ଷା ପ୍ରୀୟଦର୍ଶନୀ ମହାବିନାୟକଙ୍କ ପୀଠରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ପୂଜାପାଠ କରି ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରିଥିଲେ ।