ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ
ଛତ୍ରପୁର: ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଉସôବ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ବେଶ୍ ଉସôାହପୂର୍ଣ୍ଣ ପରିବେଶରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉସôବରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିଚିତ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା ଦୁତି ଚାନ୍ଦ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ନିକଟରେ କ୍ରୀଡାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥି ସହ ତାଙ୍କ ବ୍ୟକ୍ତିଗତ ଜୀବନରେ ଆସିଥିବା ବିଭିନ୍ନ ଝଡଝଞ୍ଜା ଓ ସମସ୍ୟା ଆଦିର ସମ୍ମୁଖୀନ ହୋଇ ମଧ୍ୟ ସେ କିପରି ହାର ମାନିନାହାନ୍ତି ଏବଂ ଅଲମ୍ପିକ୍ ଧାବିକାର ଗୌରବ ଅର୍ଜନ କରିପାରିଛନ୍ତି ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ କ୍ରୀଡାକୁ କେଉଁପରି ଭାବରେ ଭବିଷ୍ୟତରେ ବୃତ୍ତି ଭାବରେ ଗ୍ରହଣ କରାଯାଇପାରିବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଛାତ୍ରଛାତ୍ରୀଙ୍କ ଭିତରେ ଲୁକାୟିତ ଥିବା ବିଭିନ୍ନ କ୍ରୀଡା କୌଶଳକୁ କିପରି ବାହାରକୁ ଅଣାଯାଇପାରିବ ସେ କ୍ଷେତ୍ରରେ ପ୍ରତ୍ୟେକେ ଚେଷ୍ଟା କରିବା ଉଚିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନ ମାନଙ୍କରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ସବ୍ ଡିଭିଜିନାଲ୍ ଆଥଲେଟିକ୍ ଆସୋସିଏସନ୍ ଏବଂ ରୋଟାରୀ କ୍ଲବ, ଛତ୍ରପୁରର ମିଳିତ ସହଯୋଗରେ ଏ ଦିଗରେ କାର୍ଯ୍ୟ କରାଯିବ ବୋଲି ମଧ୍ୟ ଡ. ତ୍ରିପାଠୀ ଘୋଷଣା କରିଥିଲେ । ଯାହାଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଏହି ସଭାରେ ଛତ୍ରପୁର ସବ୍ ଡିଭିଜିନାଲ୍ ଆଥଲେଟିକ୍ ଆସୋସିଏସନ୍ ପ୍ରଫୁଲ୍ଲ ପଟ୍ଟନାୟକ ଏବଂ ଛତ୍ରପୁର ରୋଟାରି କ୍ଳବର ସଭାପତି ଡ. ବିମଳ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିବା ସହିତ ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଡ. ରଘୁନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସନ୍ତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡ. ଇମ୍ତିହାନ୍ ଶାହା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।