ବାବା ଛୁଆ ଗଣେଶଙ୍କ ଭସାଣି

 ଭଦ୍ରକ : ଭଦ୍ରକରେ ହେଉଥିବା ଐତିହାସିକ ଛୁଆ ଗଣେଶଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଟାଉନ୍ ମଧ୍ୟସ୍ଥଳୀ କୁଆଁସରେ ମାସେ ଧରି ପୂଜା ପାଉଥିବା ବାବା ଛୁଆ ଗଣେଶଙ୍କ ଭଷାଣୀ ଉସôବରେ ଭଦ୍ରକ ଟାଉନ୍ ଉତ୍ସବ ମୁଖରିତ ହୋଇଥିଲା । ପ୍ରାୟ ୧୫ ପ୍ରକାର ବାଦ୍ୟ, ନୃତ୍ୟ ଓ ସଂଗୀତର ମାହୋଲରେ ଲୋକେ ଆନନ୍ଦିତ ହୋଇଛନ୍ତି । କମିଟିର ଶତାଧିକ କର୍ମକର୍ତ୍ତା ଓ ଭଦ୍ରକ ଟାଉନ୍ ପୁଲିସର ସ୍ୱତନ୍ତ୍ର ଟିମ୍ର ସହଯୋଗରେ ଶାନ୍ତିଶୃଙ୍ଖଳାରେ ଭସାଣି ଉସôବ ସହର ପରାକ୍ରମା କରିଛି । ଅପରାହ୍ନ ୩ ଘଟିବାରୁ ମେଢ଼ ବାହାରି ସହର ପରିକ୍ରମା କରି ରାତ୍ର ୧୦ ଘଟିକାରେ ସ୍ଥାନୀୟ ସାଳନ୍ଦୀ ନଦୀରେ ବାବାଙ୍କୁ ବିସର୍ଜନ କରାଯାଇଥିଲା ।