ଖାଦ୍ୟ ଦୋକାନ ଉପରେ ଚଢ଼ଉ
ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚେର ହାଟତୋଟା ପ୍ରଜାମଣ୍ଡଳରୁ ଆରମ୍ଭ କରି ସେହି ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଖାଦ୍ୟ ଦୋକାନ ଗୁଡ଼ିକର ମାନ ଯାଞ୍ଚ କରିଛନ୍ତି ଖାଦ୍ୟା ସୁରକ୍ଷା ଅଧିକାରୀ । ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଜିଲ୍ଲା ତଥା ବାହାରୁ ବହୁ ଖାଦ୍ୟ ସାମଗ୍ରୀ ଦୋକାନୀ ଏଠାକୁ ଆସି ଛୋଟବଡ଼ ଅସ୍ଥାୟୀ ଦୋକାନ କରି ବିକ୍ରି କରିଥାନ୍ତି । ଗୁପ୍ଚୁପ୍, ଫାଷ୍ଟଫୁଡ଼, ଚାର୍ଟ, ମଥୁରାକେକ୍, ବିରିଆନି, ଏଗରୋଲ ଚିଲିଚିକେନ୍, ଚାଓମିନ୍, ପକୋଡ଼ା, ମାଗି ଓ ସୁସ୍ୱାଦୁଖାଦ୍ୟ ତିଆରିକରି ଗ୍ରାହକମାନଙ୍କୁ ବିକି୍ର କରି ବେଶ ମୋଟାଅଙ୍କ ରୋଜଗାର କରିଥାନ୍ତି । ଏହାକୁ ଖାଇବାକୁ ଜନସାଧାରଣଙ୍କ ଭିଡ଼ ଲାଗି ରହିଥାଏ । ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହି ଖାଦ୍ୟରେ କେମିକାଲ ମିଶ୍ରିତ ବିଭିନ୍ନ ରଙ୍ଗ ପଡୁଥିବାରୁ ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ବୋଲି ଅଧିକାରୀମାନେ ପାଇଁ ବାରମ୍ବାର ତାଗିଦ୍ କରିଥାନ୍ତି । ତେବେ ଆଜି ଫୁଡ଼ଆଣ୍ଡ ସପ୍ଲାଇ ପକ୍ଷରୁ ଫାଷ୍ଟଫୁଡ଼ ଦୋକାନ ଉପରେ ଆତର୍କିତ ଚଢ଼ାଉ କରାଯାଇ ବାସୀଖାଦ୍ୟକୁ ନଷ୍ଟ କରିଦେବା ସହିତ ୧୩ହଜାର ୩ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ତେବେ ଏହା ପୂର୍ବରୁ ୧୦ତାରିଖ ଦିନ ଚଢ଼ାଉ କରାଯାଇ ୨୮ଶହ ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା । ଏହି ଚଢ଼ାଉ ପରେ ମଧ୍ୟ ଅସାଧୁ ବ୍ୟବସାୟୀମାନେ ସେମାନଙ୍କର ଲାଭଖୋର ମନୋଭାବ ଯୋଗୁଁ ଲୋକମାନଙ୍କୁ ବିଭିନ୍ନ କେମିକାଲ ଯୁକ୍ତ ରଙ୍ଗ ଓ ବାସୀଖାଦ୍ୟ ଦେଉଥିବାର ଅଭିଯୋଗ ଥମିବାରେ ନା ଧୁରୁନି । ବର୍ତ୍ତମାନ ସମୟରେ ଏହି ଚଢ଼ାଉ ବ୍ୟାପକ କରିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।