ରାଜସ୍ୱ ମନ୍ତ୍ରୀଙ୍କ ଅଭିଯୋଗ ଗ୍ରହଣ
ନୂଆପଡା: ନୂଆପଡ଼ା ଜିଲାକୁ ଓଡ଼ିଶା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଖଡିଆଳ ସ୍ଥିତ କୌଶଲ୍ୟା ମଣ୍ଡପ ଠାରେ ମନ୍ତ୍ରୀ ଅଭିଯୋଗ ଗ୍ରହଣ କରିଥିଲେ । ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ସମେତ ଶତାଧିକ ଅନୁଷ୍ଠାନ ଓ ବ୍ୟକ୍ତିଗତ ଅଭିଯୋଗ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ପରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବ୍ରତ ଠାକୁର ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ, ଜିଲ୍ଲା ଯୁବ ସଭାପତି ଅଭିନନ୍ଦନ ପଣ୍ଡା,ଖଡ଼ିଆଳ ଯୁବରାଜ ତଥା ବିଜେପି ବରିଷ୍ଠ ସଦସ୍ୟ ଦେବଦେବ ସିଂ ଦେଓ, ଅତିନ୍ଦ୍ର ସିଂ ମଲ୍ଲିକ, ରାତ୍ରାନନ୍ଦ୍ ମନହିରା, ଅଜିତ୍ କିଶୋର ଚଲାନ, ଜ୍ଞାନ ରଞ୍ଜନ ମେଘ, ଆଶା ଜୈନଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।