ବାର୍ଷିକ ପୁରସ୍କାର ବିତରଣ ଉସôବ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉସôବରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶକ ଡ. ସିଦ୍ଧାର୍ଥ ଶଙ୍କର ପାଢି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଡ଼. କୁଳମଣି ଓଝା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଶିକ୍ଷା ଉପନିଦେ୍ର୍ଦଶକ ଡ଼. ସୁଶାନ୍ତ କୁମାର ଦାଶ, ପ୍ରାକ୍ତନ ବ୍ଳକ ଏନ୍. ରଘୁନାଥ, ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ରବି ପାଣିଗ୍ରାହୀ, ତାରାତାରିଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଶୃଙ୍ଖଳିତ ଭାବେ ଶିକ୍ଷା ଅଧ୍ୟୟନ ସହ ଭବିଷ୍ୟତରେ ସୁନାଗରିକ ଭାବେ ଦେଶର ସୁନାମ ଅର୍ଜନ କରିବା ପାଇଁ ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଳାଞ୍ଚଳ ପାଣିଗ୍ରାହୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବାଳକ ବିଭାଗରେ ଚମ୍ପିୟାନ ଭାବେ ଶୁଭମ ଆପଟ ଓ ବାଳିକା ବିଭାଗରେ ଚମ୍ପିୟାନ ହୋଇଥିବା ସ୍ମୃତି ପ୍ରଧାନ ସମେତ ବିଭିନ୍ନ ବିଭାଗରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।? ଏଥି ସହ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟସ୍ତରରେ ଟପ୍ପର ଆଖ୍ୟା ଅର୍ଜନ କରିଥିବା ସ୍ମୃତିରେଖା ପାଢି ଓ ଧନ୍ଦାମୂଳକ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଉତ୍ତମ ପାଢିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପରିଚାଳନା କରିଥିଲେ । ନରେନ୍ଦ୍ର ପଟ୍ଟନାୟକ, କୈଳାସ ଚନ୍ଦ୍ର ପୋଲେଇ, ଇନ୍ଦ୍ର ମୋହନ ଆପଟ, ଉମେଶ କୁମାର ସାହୁ, କେ.କୃ୍ଷ୍ଣମୂର୍ତ୍ତୀ ଦାଶ, ପ୍ରଦୀପ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ବାଲେଶ୍ୱର ପୃଷ୍ଟିଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।