ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ


ାା ପ୍ରଭାନୁ୍ୟଜ୍ ।ା ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର ଜାହାନିଆ ବେଳାଭୂମି ବାଲିଯାତ୍ରା ୧୫ ଓ ୧୬ ତାରିଖ ୨ ଦିନିଆ କାର୍ଯ୍ୟକ୍ରମ ହେବ  । ଯାହାକୁ ନେଇ ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ କଲ୍ୟାଣମଣ୍ଡପ ପରିସରରେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାୟକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବିଡ଼ିଓ ସସ୍ମିତା ବେହେରା, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ଡି, ସମିତିସଭ୍ୟ ବିମ୍ବାଧର ବିଶ୍ୱାଳ, ନିମାପଡା ଏସଡିପିଓ ପ୍ରଭାତ ରଞ୍ଜନ ମଲ୍ଲିକ, ଅସ୍ତରଙ୍ଗ ଥାନା ସବଇନିପେକ୍ଟର ଦୀପକ ବଳିୟାର ସିଂ, ସ୍ୱାସ୍ଥ୍ୟ ବିଭାଗ, ବନାଞ୍ଚଳ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ପରିମଳ ଓ ଜଳସେଚନ ବିଭାଗ, ବିଦୁ୍ୟତ ବିଭାଗର ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ପ୍ରଶାସନ ବିଭାଗର କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ  । ଗତବର୍ଷ ବିଭିନ୍ନ ଉଠା ଦୋକାନ ମାନଙ୍କ ନିକଟରୁ କମିଟି ତରଫରୁ ଅତ୍ୟଧିକ ଖଜଣା ଆଦାୟ କରାଯାଇଥିଲା, ଯାହାକୁ ନେଇ ଅଧକ୍ଷା ଆରତୀ ନାୟକ ବିକ୍ଷୋଭ ପ୍ରକାଶ କରିବା ସହିତ ଉଠା ଓ ଖୁଦ୍ର ବ୍ୟବସାୟୀଙ୍କୁ ଏଭଳି ଅଧିକ ଖଜଣା ଆଦାୟ ନକରିବାକୁ ପରାମର୍ଶ ଦେଇଥିଲେ  । ତା ସହିତ ଅମାନିଆ ଗାଡି ଚାଳକ, ଟ୍ରାଫିକ କଣ୍ଟ୍ରୋଲ ପାଇଁ କଡା ପଦକ୍ଷେପ ନିଆଯିବ ବୋଲି ଏସଡିପିଓ ଶ୍ରୀ ମଲ୍ଲିକ ମତ ପ୍ରକାଶ କରିଥିଲେ  ।