ବିଭିନ୍ନ ଲଜ୍ ଉପରେ ପୁଲିସର ଚଢ଼ାଉ
ଧର୍ମଶାଳା : ରବିବାର ସନ୍ଧ୍ୟାରେ ଧର୍ମଶାଳା ପୁଲିିସ ଜାରକା ଅଞ୍ଚଳରେ ଥିବା ବିଭିନ୍ନ ଲଜ ଉପରେ ଚଢ଼ାଉ କରିଛି । ୧୬ ନଂ ଜାତୀୟ ରାଜପଥ କଡ଼ରେ ଜାରକା ଅଞ୍ଚଳ ହୋଇଥିବା ବେଳେ ଦୈନିକ ବାହାର ଲୋକଙ୍କ ଯାତାୟାତ ରହିଥାଏ । ବିଭିନ୍ନ ସମୟରେ ରାହାଜାନୀ, ଚୋରି, ଡକାୟତି ସହିତ ଦେହ ବ୍ୟବସାୟ ମଧ୍ୟ ଘଟଣା ଘଟୁଛି । ଦୁଇଦିନ ତଳେ ଏହି ଅଂଚଳରୁ ସନେ୍ଦହ ଜନକ ଭାବରେ ଦୁଇଟି ବ୍ୟାଗ ମିଳିବା ଓ ସେହି ବ୍ୟାଗରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହେବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏହାସହ ଦୃର୍ବୃତ୍ତ ବାଇକ୍ ରେ ଆସି ମହିଳାଙ୍କ ଠାରୁ ସୁନା ଚୋରି ଲୁଟ୍ ଘଟଣା ଉପରୁ ପୁଲିସ ବର୍ତମାନ ସୁଦ୍ଧା କାହାକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ । ଅପର ପକ୍ଷରେ ପୁଲିସ ଆଜି ସନ୍ଧ୍ୟାରେ ବିଭିନ୍ନ ଲଜ୍ ମଣ୍ଡପ ଉପରେ ଚଢ଼ାଉ କରି ଲଜ୍ରେ ରହୁଥିବା ଲୋକ ମାନଙ୍କର ପରିଚୟ ପତ୍ର ସହିତ ରେଜିଷ୍ଟର ଯାଂଚ କରିବା ସହ ରାସ୍ତା ଉପରେ ଗାଡ଼ି ଯାଞ୍ଚ କରିଛି ।