ବାଲିଯାତ୍ରାରେ ଗାଡ଼ି ଚୋରି, ଥାନାରେ ଏତଲା

ପାପଡାହାଣ୍ଡି ଥାନା ଅଧୀନ ମନ୍ତ୍ରୀଗୁଡା ଠାରେ ବାଲିଯାତ୍ରାରେ ଏକ ବାଇକ୍ ରାତିରେ ଚୋରି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମନ୍ତ୍ରୀଗୁଡାରେ ବାଲିଯାତ୍ରା ଉଦ୍ୟାପିତ ସମାରୋହଥିଲା । ଅମଲାଭଟ୍ଟା ପଂଚାୟତ ଡେଙ୍ଗାଗୁଡା ଗାଁର ପଙ୍କଜ ବିଷୋୟୀ ତାଙ୍କର ଭଉଣୀ ଘରକୁ ବାଲିଯାତ୍ରା ଦେଖିବା ପାଇଁ ଯାଇଥିଲେ । ସମସ୍ତେ ଖାଇସାରିବା ପରେ ସୋଇଥିବା ସମୟରେ ତାଙ୍କ ସ୍ପ୍ଲେଣ୍ଡର ପ୍ଲସ୍ (ଓଡି୨୪କେ ୦୬୪୦)କୁ ଦୃର୍ବୁତ୍ତମାନେ ଚୋରି କରିନେଇଥିଲେ  । ପଙ୍କଜ ସକାଳୁ ଉଠି ଦେଖିଲା ବେଳକୁ ତାଙ୍କର ଗାଡି ନ ଥିଲା  । ବହୁ ଖୋଜାଖୋଜି ପରେ ଗାଡି ନ ମିଳିବା ପରେ ପାପଡାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପଙ୍କଜ ଗୋଟେ ବର୍ଷ ହବ ଲୋନ୍ କରି ଗାଡ଼ିଟି କିଣିଥିଲେ । ଥାନା ଅଧିକାରୀ ଦୀପକ ଜେନା ଏକ ମାମଲା ରୁଜୁ କରି ଅଭିଯୋଗ ଆଧାରରେ ତଦନ୍ତ କରିବୁ ବୋଲି ସୂଚନା ଦେଇଛନ୍ତି  ।