ଟାଟା ପାୱାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା
ନୀଳଗିରି: ଟାଟା ପାୱାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ନୀଳଗିରିରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକଜିକୁ୍ୟଟିଭ ଇଞ୍ଜିନିୟର ଦେବାଶିଷ ପୁହାଣଙ୍କ ନେତୃତ୍ୱରେ ଏସଡିଓ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ନୀଳଗିରି ସେକ୍ସନର ଜେଇ ପାର୍ଥସାରଥି ବାରିକ, ବରହମପୁର ସେକ୍ସନର ଜେଇ ତପନ ପୃଷ୍ଟି, ମିତ୍ରପୁର ସେକ୍ସନର ଜେ.ଇ ବିଦୁ୍ୟତା କୁମାର ଦାସଙ୍କ ସମେତ ସମସ୍ତ ଲାଇନମ୍ୟାନ, ହେଲ୍ସର ଓ କର୍ମଚାରୀମାନେ ହାତରେ ସଚେତନତାର ଫ୍ଲାଗ କାର୍ଡ ଓ ବ୍ୟାନର ଧରି ସେକ୍ସନ ଅଫିସରୁ ବାହାରି ନୀଳଗିରି ସହର ସମେତ ବଡ଼ଦାଣ୍ଡ ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେବା ସହ ସମସ୍ତ ଦୁଇ ଚକିଆ ଓ ଚାରିଚକିଆ ଯାନକୁ ସଚେତନ କରିଥିଲେ । ଡ୍ରାଇଭିଂ କଲାବେଳେ ହେଲମେଟ ପିନ୍ଧିବା, ସିଟ ବେଲ୍ଟ ପିନ୍ଧିବା, ଡ୍ରାଇଭିଂ ବେଳେ ନିଶା ସେବନ ନକରିବା, ଟ୍ରାଫିକ ନିୟମକୁ ମାନି ଚଳିବା, ଦ୍ରୁତ ଗତି ମହାବିପତ୍ତି ଓ ସଡ଼କ ସୁରକ୍ଷା ଜୀବନ ରକ୍ଷା ଆଦି ଟାଟା ପାୱାର କର୍ମଚାରୀ ସଚେତନତା ବାର୍ତ୍ତା ଦେଇଥିଲେ ।