ଯୌନ ନିର୍ଯାତନା ମାମଲା, ମେସ୍ ମାଲିକ ଗିରଫ
କପ୍ତିପଦା : ମେସ୍ ଆଳରେ କରୁଥିଲେ ଛାତ୍ରୀମାନଙ୍କ ଉପରେ ପାଶିବକ ଅତ୍ୟାଚାର । ଘଟଣାକୁ ନେଇ ମେସ୍ର ଛାତ୍ରୀମାନେ ମୁହଁ ଫିଟାଇବା ସହିତ ଥାନାରେ ଅଭିଯୋଗ କରିବାର ଦୁଇ ଦିନ ପରେ ଗିରଫ ହୋଇଛନ୍ତି ମେସ୍ ମାଲିକ । ପ୍ରକାଶ ଯେ, ଉଦଳା ଥାନା ୩ ନଂ ୱାର୍ଡରେ ଥିବା ମୋନାଲିସା ଏକାଡେମୀରେ ଛାତ୍ରୀମାନଙ୍କୁ ମେସ୍ ମାଲିକ ବିଶିକେଶନ ଗୋଚ୍ଛାୟତ ବ୍ୟାଡ ଟଚ୍ କରୁଥିବା ନେଇ କିଛି ଛାତ୍ରୀ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ମେସରେ ପହଞ୍ଚô ଛାତ୍ରୀମାନଙ୍କୁ ଘଟଣା ବାବଦରେ ପଚାରି ବୁଝିବା ସହିତ ମେସ୍ ମାଲିକ ବିଶିକେଶନ ଗୋଚ୍ଛାୟତଙ୍କୁ ମଧ୍ୟ ଦେଖା କରିବାକୁ ଚାହିଁଥିଲେ । ହେଲେ ମାଲିକ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପୀଡିତା ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ପହଂଚିବା ସହିତ ମେସ୍ ମାଲିକଙ୍କ ବିରୋଧରେ ଛାତ୍ରୀମାନେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ୍ କେସ ନଂ - ୩୪୮/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ୍ ଦୁଇ ତିନି ଥର ସଂପୃକ୍ତ ମେସ୍ ମାଲିକଙ୍କୁ ଗିରଫ କରିବା ପାଇଁ ଯାଇଥିଲେ ସୁଦ୍ଧା ମାଲିକ ଫେରାର ରହିଥିଲେ । ପୋଲିସ୍ ତଦନ୍ତରେ ଏହି ମେସ୍ ମାଲିକଙ୍କର ପୁରୁଣା ରେକର୍ଡ ଖରାପ ଥିବା ଜାଣିବାକୁ ପାଇଥିଲା । ଯାହାକି ୨୦୧୫ ମସିହାରେ ଯୌନ ନିର୍ଯ୍ୟାତନା ନେଇ ବଡସାହି ଥାନାରେ କେଶ ନଂ - ୧୯/୧୫ ରେ ଏକ ମାମଲା ମଧ୍ୟ ରହିଥିଲା, ଯେଉଁଥିରେ ମେସ୍ ମାଲିକ ଗିରଫ ମଧ୍ୟ ହୋଇଥିôଲେ । ଏହା ସହିତ ମେସ୍ ମାଲିକ ବିଶିକେଶନ ଗୋଚ୍ଛାୟତ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା । ଶେଷରେ ଦୁଇ ଦିନ ପରେ ମାଲିକଙ୍କୁ ଉଦଳାରୁ ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । ହେଲେ ଗିରଫ ବିଶିକେଶନ ଗୋଚ୍ଛାୟତ ଗଣମାଧ୍ୟମ ସାମ୍ନାରେ ମୁହଁ ଲୁଚାଇ ଚାଲିଯାଇଥିବା ବେଳେ ତାଙ୍କୁ ବାରିପଦା କୋର୍ଟକୁ ନେଇଛି ଉଦଳା ପୁଲିସ୍ ।