ସ୍କାଉଟ୍ ଛାତ୍ରଙ୍କୁ ପ୍ରମାଣପତ୍ର
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠାନର ୧୦ ଜଣ ଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ସ୍କାଉଟ ଓ ଗାଇଡ୍ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ସଭାପତି ଲଡୁକିଶୋର ସିଂହସାମନ୍ତ ଯୋଗଦେଇ ଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନ ପ୍ରଧାନଶିକ୍ଷକ ବିଷ୍ଣୁପ୍ରସାଦ ରଥ କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଅନୁଷ୍ଠାନର ସ୍କାଉଟ ଶିକ୍ଷକ ଦିଲିପ ଦାସଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶଥାଉକି ସ୍କାଉଟ୍ ଓ ଗାଇଡ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ଜଣ ଛାତ୍ର ରାଜ୍ୟପାଳଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ ।