ବାଳିକା ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଉଦ୍ୟାପିତ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସହର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଆଠ ଦିନ ବ୍ୟାପୀ ବାଳିକା ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରିତ୍ ରନ ସାହୁ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଦୃଢ ଆତ୍ମବିଶ୍ୱାସ ସହ ନକାରତ୍ମକ ଚିନ୍ତାଧାରାକୁ ପରିତ୍ୟାଗ କରିପାରିଲେ ଛାତ୍ରୀମାନେ ନିଜର ସ୍ୱପ୍ନକୁ ସାକାର କରିବା ସହିତ ନିଜ ବାପା - ମା' ଙ୍କର ଅଭିଳଷକୁ ପୂରଣ କରିପାରିବେ ବୋଲି ମୁଖ୍ୟଅତିଥି କେନ୍ଦ୍ରାପଡ଼ା ସହର ଥାନାର ଆଇ.ଆଇ.ସି ଦିଲ୍ଲିପ୍ କୁମାର ସାହୁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ଶୈକ୍ଷିକ ଅଧିକାରୀ ତଥା ଶିକ୍ଷକ ପରିଷଦର ସମ୍ପାଦକ ଡ଼ଃ ମଥୁରୀ ଚରଣ ନାୟକ ଏବଂ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତି ମଞ୍ଚ ମଣ୍ଡନ କରି ଆତ୍ମସୁରକ୍ଷା ତାଲିମ୍ର ଉପାଦେୟତା ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁରିତା ମିଶ୍ର ୮ ଦିନ ବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । କ୍ରୀଡା ପ୍ରତିଯୋଗିତା ସଂଯୁକ୍ତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସହାୟକ ବଳରାମ ବାରିକ ଓ ଗୌରାଙ୍ଗ ଚରଣ ବେହେରା ପରିଚାଳନା କରିଥିଲେ ।