ବିଜେପିର "ହରଘର ତ୍ରିରଙ୍ଗା'

 ରାଜନଗର: ରାଜନଗର ବ୍ଲକ ବିଜେପି ପକ୍ଷରୁ ୩୨ନଂ ଜୋନ୍ରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପି ନେତା ଲଳିତ କୁମାର ବେହେରାଙ୍କ ନେତୃତ୍ୱରେ ସୁଜିତ ମାଇତି, ଶାନ୍ତନୁ ପାହାଡି, ଆଦିତ୍ୟ ପାତ୍ର, ଭବେଶ ମଣ୍ଡଳ, ଗୁରୁପଦ କାଣ୍ଡାର, ଶିବକୁମାର ସେଠୀ, ମାଣିକ ମଣ୍ଡଳ, ଗୋପୀନାଥ ପାହାଡି, ବିଶ୍ୱନାଥ ପଣ୍ଡା, ଆଲୋକ ଖମାରୀ, ଦୀପକ ମଣ୍ଡଳ, ମହେଶ୍ୱର ମଣ୍ଡଳ, ଧିରେନ ବିଶ୍ୱାଳ, ବୁଦ୍ଧଦେବ ସ୍ୱାଇଁ ପ୍ରମୁଖ ଟିକାୟତନଗରଠାରୁ ତାଳଚୁଆ ବଜାର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ଆସନ୍ତା ସ୍ୱାଧିନତା ଦିବସ ଅବସରରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସାଧାରଣରେ ଗ୍ରହଣୀୟ ହୋଇଥିବା ପରିଲକ୍ଷିତ ହୋଇଥିଲା । 
ଚମ୍ପୁଆ: ଚମ୍ପୁଆ ବ୍ଲକ ପ୍ରଶାସନ ଓ ଚମ୍ପୁଆ ଭାଜପା ମଣ୍ଡଳ ମିଳିତ ସହଯୋଗରେ ଚମ୍ପୁଆ ବ୍ଲକ ପରିସରରେ ହରଘର ତ୍ରିରଙ୍ଗା ସ୍ୱଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ବିଡିଓ ସ୍ମୃତିରଂଜନ ସାହୁଙ୍କ ତତ୍ୱାବଧାନରେ ଏବିଡିଓ ଚୁନୁ ହାଁସଦା, ନଗର ମଣ୍ଡଳ ଭାଜପା ସଭାପତି କାର୍ତୀକ ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ ଆଚାର୍ଯ୍ୟ, ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଓମପ୍ରକାଶ ବାରିକ ସମେତ ବିଭିନ୍ନ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ଲକ ପରିସରକୁ ସଫେଇ କରିଥିଲେ । 
ଜଟଣୀ: ଜଟଣୀ ସହରର ସର୍ବପୁରାତନ କ୍ଲବ ଉତ୍ତରାୟଣୀ କ୍ଲବ୍ ଆନୁକୂଲ୍ୟରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସ୍ୱାଧୀନତା ଦିବସ ପୂର୍ବରୁ ଚଳିତ ମାସ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲୁରହିଛି ଏହି କ୍ରମରେ ଉତ୍ତରାୟଣୀ କ୍ଲବ ପକ୍ଷରୁ ଏହି ମହାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା କ୍ଷ ନାଟ୍ୟ ନିର୍ଧେଶକ ବିପ୍ଳବ କେଶରୀ ଶତପଥୀଙ୍କ ସଂଯୋଜନାରେ ଏହି ଶୋଭାଯାତ୍ରା ଉତ୍ତରାୟଣୀ ମନ୍ଦିର ଠାରୁ ହରିଭାଇନା ଛକ ସୀତାରାମ ଛକ ହୋଇ ରେଳ ଷ୍ଟେସନ ପର୍ଯ୍ୟନ୍ତ ତିଆରି ହୋଇଥିବା ୫୦୦ ମିଟରର ତ୍ରିରଙ୍ଗା ପତାକାକୁ ଧରି ଘୋଡା ନାଚ ସମେତ ବାଜା ବଜାଯାଇ ଶତାଧିକ ବ୍ୟକ୍ତିଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଉଦେ୍ଦଶ୍ୟ ଥିଲା ଭାରତ ବର୍ଷର ସମସ୍ତ ନାଗରିକଙ୍କ ମଧ୍ୟରେ ଦେଶ ପ୍ରୀତି ଜାଗୃତ ହେବା ସହ ଜାତୀୟ ପତାକା ତ୍ରିରଙ୍ଗା ଶୋଭାଯାତ୍ରା ହେବାଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ବୀର ସୈନିକଙ୍କ ମନୋବଳ ବୃଦ୍ଧି କରାଇବା । ଏଥିରେ ସମ୍ଭାବନା ପରିବାର, ଆଶ୍ରୟ, ରୋଟାରି କ୍ଲବ, ଜଟଣୀ ୟୁଥ ଫେଡରେସନ, ମାରୱାଡି ଯୁବ ମଞ୍ଚ, ସମୃଦ୍ଧି ୱେଲନେସ ହବ୍, ମଦନମୋହନ ନାଟ୍ୟକଳା ସଂସଦ, ଜଟଣୀ ବାର ଆସୋସିଏସନ, ଜଟଣୀ ଲୟର୍ସ ଆସୋସିଏସନ, ନୃତ୍ୟଶ୍ରୀ, ସୁରକ୍ଷା ମଞ୍ଚ, ବିକାଶ ପରିଷଦ, ନାଗରିକ କମିଟି, ମୋ ପରିବାର, ବ୍ୟବସାୟୀ ମହାସଂଘ ଓ ଅନ୍ୟ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।