ବାଳିକା ଉଚ୍ଚ ବିଦ୍ୟାଳୟର କୃତିଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ସଦ୍ୟ ପ୍ରକାଶିତ ଦଶମ ବୋର୍ଡ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ ହୋଇଥିବା ବାଲିଅନ୍ତା ବ୍ଲକ ପ୍ରତାପଶାସନ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନଶିକ୍ଷୟତ୍ରୀ କାଦମ୍ବିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କେଳୁଚରଣ ବେହେରା, ପୁରାତନଛାତ୍ର ସଂସଦ ସଭାପତି ସବିତା ମହାପାତ୍ର, ସମ୍ପାଦକ ବିଜୟଲକ୍ଷ୍ମୀ ପରମଗୁରୁ ପ୍ରମୁଖ ଯୋଗଦେଇ ସର୍ବାଧିକ ନମ୍ବର ରଖିଥବା ୧୦ ଜଣ କୃତିଛାତ୍ରୀଙ୍କୁ ଉପଢୌକନ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେବାପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । 
ପ୍ରକାଶଥାଉକି ଗତ ୨୦୨୪ /୨୫ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ମୋଟ ୧୧୫ ଜଣ ଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ୧୧୨ ଜଣ ଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏ-୨ ରେ ୧୦ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ ଆର. ଜେ. ସୋନାକ୍ଷୀ ମହାରଣା ସର୍ବାଧିକ ୫୩୩ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମସ୍ଥାନରେ ରହିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।