ନାଗ ସାପ ଉଦ୍ଧାର

 ବ୍ରହ୍ମବରଦା : ବ୍ରହ୍ମବରଦା ଥାନା ଅନ୍ତର୍ଗତ ଢିଅସାହି ଗ୍ରାମର ରାଜକିଶୋର ଓଝାଙ୍କ ଘର ବାରଣ୍ଡା ନିକଟରୁ ଏକ ୫ଫୁଟ ଲମ୍ବର  ନାଗ ସାପ ଉଦ୍ଧାର ହୋଇଛି  । ମଙ୍ଗଳବାର ଅପରାହ୍ନରେ ସାପଟି ରାଜକିଶୋରଙ୍କ ବାରଣ୍ଡା ନିକଟରେ ଖେଳୁଥିବା ଦେଖି ସ୍ୱେଚ୍ଛାସେବୀ ଦୀପକ ସାହୁ ସ୍ନେକ ହେଲପ ଲାଇନକୁ ଖବର କରିଥିଲେ । ସ୍ନେକ ହେଲପ ଲାଇନର ତପନ କୁମାର ପୃଷ୍ଟି ପହଁଚି ନାଗ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ।