ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

 ବେତନଟୀ/ବୈଶିଙ୍ଗା : ସାମାଜିକ ସଂଗଠନ ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ବୈଶିଙ୍ଗା ଥାନାର ନୂତନ ଥାନା ଅଧିକାରୀ ବାରିଣୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆମ୍ବଗଡ଼ିଆ ବିକାଶ ପରିଷଦ ଅନେକ ଦିନରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଆମ୍ବଗଡ଼ିଆ ଗ୍ରାମ ପଞ୍ଚାୟତରୁ ଜନ୍ମଲାଭ କରିଥିବା ଆମ୍ବଗଡ଼ିଆ ବିକାଶ ପରିଷଦ ସବୁବେଳେ ପରଉପକାର, ବିଭିନ୍ନ ସେବା, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବିକାଶ ପରିଷଦ ରକ୍ତଦାନ, ମାଗଣା ଚକ୍ଷୁ ଚିକିସôା, ଅନେକ ସମାଜିକ କାର୍ଯ୍ୟକ୍ରମ ବିକାଶ ପରିଷଦର ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୁଏ । ନିକଟରେ ପୂର୍ବ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ଅନ୍ୟତ୍ର ବଳଦି ପରେ ନୂତନ ଭାବେ ବୈଶିଙ୍ଗା ଥାନାରେ ଯୋଗଦାନ କରିଥିବା ବାରିଣୀ ଦାସଙ୍କୁ ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୈଶିଙ୍ଗା ଥାନା ଅଧୀନରେ ଥିବା ଅଞ୍ଚଳରେ କିପରି ଅପରାଧ ଓ ଆଇନ ଶୃଙ୍ଖଳା ବଜାୟ ରହିବ ସେ ସମ୍ପର୍କ ରେ ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମହାପାତ୍ର ଓ ଦେବେନ୍ଦ୍ର ଆଚାର୍ଯ୍ୟଙ୍କ ପାଖରୁ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନାରେ ବିକାଶ ପରିଷଦର ଉପଦେଷ୍ଟା ଅକ୍ଷୟ କୁମାର ମିଶ୍ର, ସଦସ୍ୟ ଚନ୍ଦନ ବାସ୍କ, ଯୋଗେଶ୍ୱର ବେହେରା, କମଳାକାନ୍ତ ସାହୁ, ଅଶ୍ୱିନୀ ସିଂହ, ଲିଙ୍କନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।