ବାହାର ରାଜ୍ୟ ଭରସାରେ ଶିଶୁ ହୃଦରୋଗୀ
କଟକ : ରାଜ୍ୟ ସରକାରୀ ଡାକ୍ତରଖାନାରେ ନାହିଁ ଶିଶୁ ହୃଦରୋଗୀଙ୍କ ଲାଗି ଉନ୍ନତ ଚିକିତ୍ସା ବ୍ୟବସ୍ଥା । କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତ୍ତୋକୋତ୍ତର ଶିଶୁ ରୋଗ ପ୍ରତିଷ୍ଠାନ (ଶିଶୁ ଭବନ) ଓ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯେଉଁଠି ଏ ସୁବିଧା ନାହିଁ ସେଠି ବୁର୍ଲାର ଭିମସାର ଓ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ କଥା ପଚାରେ କିଏ? ଶିଶୁ ହୃଦରୋଗଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏହି ଚିକିସôା ଲାଗି ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ଚିକିସôା ପାଇଁ ଶିଶୁ ହୃଦରୋଗୀ ପରିବାର ଲୋକେ ଘରୋଇ ଡାକ୍ତରଖାନା କିମ୍ବା ଅନ୍ୟ ରାଜ୍ୟର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । ଶିଶୁଭବନ ସହ କଟକ ବଡ଼ ଡାକ୍ତରଖାନାରେ ମଧ୍ୟ ଏହି ଚିକିସôା ଉପଲବ୍ଧ ନାହିଁ । ଶିଶୁ ହୃଦରୋଗୀଙ୍କୁ ମୁମ୍ବାଇ, ଅହମଦାବାଦ, ପଶ୍ଚିମବଂଗର ବିଭିନ୍ନ ଡାକ୍ତରଖାନା ଯିବାକୁ ପଡ଼ୁଛି । ତେବେ ଏ ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟକୁ ଚିକିସôା ପାଇଁ ଶିଶୁ ହୃଦରୋଗୀଙ୍କୁ ପଠାଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ରାଜ୍ୟରେ ଆରମ୍ଭ କରାଯାଇ ପାରିନି । ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ଶିଶୁ ହୃଦରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଶିଶୁ ଭବନରେ ମାସକୁ ହୃଦଜନି୍ତ ରୋଗରେ ପାଖାପାଖି ୧୫୦ ଶିଶୁ ଭର୍ତ୍ତି ହୋଇଥାନ୍ତି । ହେଲେ ଏଠାରେ ସ୍ୱତନ୍ତ୍ର ହୃଦରୋଗୀ ବିଭାଗ ନଥିବାବେଳେ ଶିଶୁ ହୃଦରୋଗୀମାନେ କଟକ ବଡ଼ ଡାକ୍ତରଖାନାକୁ ଆସୁଛନ୍ତି । କିନ୍ତୁ ଏସସିବିରେ ଶିଶୁ ହୃଦରୋଗୀଙ୍କ ଚିକିତ୍ସା ସୁବିଧା ଅଥବା ଜଟିଳ ଅସ୍ତ୍ରୋପଚାର ନେଇ କୌଣସି ବ୍ୟବସ୍ଥା ନାହିଁ । ହୃତପିଣ୍ଡରେ ଛିଦ୍ର ଏବଂ ଆଉ ନିର୍ଦ୍ଦିଷ୍ଟ କିଛି ଅସ୍ତ୍ରୋପଚାରକୁ ବାଦ ଦେଲେ ଅନ୍ୟ ଉନ୍ନତ ଚିକିତ୍ସା ପାଇଁ ଶିଶୁମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଛି । ପଲମ୍ୟୁନାରୀ ବେଲୁନ ଭାଲଭେଟାରୀ ଟି୍ରକୁ୍ୟସ୍କିଡ଼ ଆଟ୍ରୋସିଆ, କେନାଲ, ଡିଫେକ୍ଟ, ଡିଓଆରଭି, ଟେଟ୍ରୋଲୋଜି ଅଫ୍, ଫାଲଟ ଭଳି ଅନେକ ଅସ୍ତ୍ରୋପଚାର ଚିକିତ୍ସା ସମ୍ଭବ ହୋଇପାରୁନି ।