କଠିନ ବର୍ଜ୍ୟବସ୍ତୁ ଓ ଆଇନ ସଚେତନତା ସଭା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ସୁଶ୍ରୀ ପଲ୍ଲବୀ ଦାସଙ୍କ ଅଧ୍ୟକ୍ଷତାରେ କଠିନ ବର୍ଜ୍ୟ ବସ୍ତୁ ଓ ଆଇନ ସଚେତନତା ସଭା ରୋକାଲ ପଞ୍ଚାୟତର ଜୟବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସରପଂଚ ଠାକୁର ବାଗ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଆଇନଜୀବୀ ଗୌତମ ନିଆଲ, ଆଇନଜୀବୀ ବିଭୂତି ଭୂଷଣ ଷଡଙ୍ଗୀ, ବିଏଲସି ସୁନିତା ସୁନା, ପ୍ରଧାନ ଶିକ୍ଷକ ଉଦ୍ଧବ ସଲମା, ବିଆର୍ସି ହେରାମ୍ବ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଗୌତମ ନିଆଲ ଅତିଥିଙ୍କ ସ୍ୱାଗତ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟରେ କଠିନ ବର୍ଜ୍ୟ ବସ୍ତୁ ଉପରେ ଆଲୋକପାତ କରି ବର୍ଜ୍ୟ ବସ୍ତୁ ଗୁଡ଼ିକର ଉପକାରିତା ଓ ଅପକାରିତା ବିସ୍ତୃତ ଭାବରେ ବର୍ଣ୍ଣନା କରିବା ଦେଖିବାକୁ ମିଳିଥିଲା । ଏହି ସଭାରେ ପୁଲିସ ଏସଆଇ ବିଘ୍ନରାଜ ମାଝୀ ଓ ଷ୍ଟାଫ ଏମବିକେ, ସିଆର୍ପି, କୃଷିମିତ୍ର, ପ୍ରାଣୀ ମିତ୍ର, ଇ ସି ମେମ୍ବର, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, କୋର୍ଟ ଷ୍ଟାଫ, ବୁଦ୍ଧିଜୀବୀ, ଗ୍ରାମବାସୀ ଉପସ୍ଥିତ ରହିଥିଲେ ।