ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି

ବରଗଡ଼ : ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ କାରଣ ସାହୁଙ୍କ ନେତୃତ୍ୱରେ ତହସିଲଦାର ରୁକ୍ମଣ ମେହେରଙ୍କୁ ଭେଟି ବରପାଲି ବ୍ଲକର ଧାନ ପଞ୍ଜିକରଣ, ସାର କଳାବଜାରୀ, ଇନପୁଟ ସବସିଟି ଏବଂ ଚକବନ୍ଦୀ ସମସ୍ୟା ର ଶୀଘ୍ର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି । ପ୍ରକାଶ ଥାଉକି ଗତ ରବି ଋତୁରେ ଅଦିନିଆଁ ବର୍ଷା କାରଣରୁ କିଛି ଚାଷି ଇନପୁଟ ପାଇଥିବା ବେଳେ ବହୁତ ଚାଷୀଙ୍କ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଖମାଖିଆଲି ରିପୋର୍ଟ ପାଇଁ ଇନପୁଟ ସବସିଟି ପାଇନାହାନ୍ତି । ଚକବନ୍ଦୀ ସମସ୍ୟା ପାଇଁ ୧ ସେପ୍ଟେମ୍ବରରୁ କିଛି ଚାଷି ଧାରଣାରେ ବସିଛନ୍ତି ତେଣୁ ସେମାନଙ୍କୁ ସମର୍ଥନ ଦେଇ ଶୀଘ୍ର ସମାଧାନ କରିବାକୁ କୁହାଯାଇଛି । ଧାନ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଏବଂ ସାର ସଙ୍କଟ ଓ କଳାବଜାରୀର ସମାଧାନ କରି ଆବଶ୍ୟକ ମୁତାବକ ରାସାୟନିକ ସାର ଯୋଗାଇ ଦେବାପାଇଁ ସଂଗଠନର କର୍ମୀ ତପନ ମିଶ୍ର, ଟେକରାଜ ପଧାନ, ଦିବାକର ପଧାନ, ଭୁବନ ପଧାନ, ଗୁଣମଣି ପ୍ରଧାନ, ସୁଦାମ ସାହୁ, ଠାକୁର ବିଶ୍ୱାଳ, ସୁରେଶ ନିକେଣ୍ଟି ଏବଂ ରମେଶ ମହାପାତ୍ର ଆଲୋଚନା କରିଛନ୍ତି ।