ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ସ୍କୁଲ ଅଧ୍ୟକ୍ଷ ଏଲ୍ କାମେଶ୍ୱର ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଧା, କୃଷ୍ଣ ବେଶ ଧାରଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଚରିତାର୍ଥ କରିଥିଲେ । ଏହି ଅବସରରେ ପ୍ରଥମେ ସ୍କୁଲର ଅଧ୍ୟକ୍ଷ ଶ୍ରୀ ରାଓ ପ୍ରଭୁ ଶ୍ରୀ କୃଷ୍ଣ ନିକଟରେ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିବା ବେଳେ ଅଭିଭାବକମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିଭଳି ହିଞ୍ଜିଳିକାଟୁର ସମସ୍ତ ଶ୍ରୀ କୃଷ୍ଣ ଭଗବାନଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ମହାଆଡମ୍ବର ସହକାରେ ପାଳନ ହୋଇଛି ।