ଚୀନ୍କୁ ଆମେରିକାର ଚେତାବନୀ ୨୪୫% ରପ୍ତାନୀ ଶୁଳ୍କ


 ନୂଆଦିଲ୍ଲୀ: ଚୀନ୍ ଉପରେ ଆମେରିକା ଲଗାଇବ ୨୪୫% ରପ୍ତାନୀ ଶୁଳ୍କ । ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ହୋଇଥିବା ଏକ ତଥ୍ୟ ସଂକଳନରୁ ଏହା ସ୍ପଷ୍ଟ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଟ୍ରମ୍ପ୍ ବର୍ତ୍ତମାନ ଚୀନ୍ ଉପରେ ୧୪୫% ପରିବର୍ତ୍ତେ ୨୪୫% ଶୁଳ୍କ ଲଗାଇବେ । କିନ୍ତୁ ପ୍ରକୃତପକ୍ଷେ ଚୀନ୍ର ଭିନ୍ନ ଭିନ୍ନ ରପ୍ତାନୀ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ଭିନ୍ନ ଭିନ୍ନ ଶୁଳ୍କ ଦରକୁ ନେଇ ସାମୁହିକ ଭାବେ ଏହା କୁହାଯାଉଛି, ଚୀନ୍ ଉପରେ ଏବେ ଆମେରିକା ୨୪୫% ଶୁଳ୍କ ଲଗାଇବ । ଅପରପକ୍ଷେ ଅନ୍ୟ ଏକ ଅନୁଶୀଳନରୁ ଜଣାପଡ଼ିଛି ଦୀର୍ଘ ଦିନ ଧରି ଚୀନ୍ ଆମେରିକାକୁ ଯେଉଁ ସାମଗ୍ରୀ ରପ୍ତାନୀ କରୁଛି ସେହି ଶୁଳ୍କ ଏବଂ ବର୍ତ୍ତମାନର ପାରସ୍ପରିକ ଶୁଳ୍କକୁ ଆଧାରକରି ଏବେ ଚୀନ୍ ୨୪୫% ଶୁଳ୍କ ଦେବ ବୋଲି କୁହାଯାଉଛି । ଉଦାହରଣ ସ୍ୱରୂପ ଚୀନ୍ ବାଇଡେନ୍ସରକାର ସମୟରୁ ଦୀର୍ଘ ଦିନ ଧରି ସିରିଞ୍ଜ୍ ଏବଂ ଛୁଞ୍ଚୀ ଆମେରିକାକୁ ରପ୍ତାନୀ କରୁଛି । ଆଉ ବାଇଡେନ୍ ସରକାର ସମୟରୁ ହିଁ  ଅର୍ଥାତ୍ ୨୦୨୪ରେ ଏହି ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲଗାଯାଇଥିଲା । ଆମେରିକା ଉତ୍ପାଦକୁ ସୁରକ୍ଷା ଦେବା ଉଦେ୍ଦଶ୍ୟରେ ଏହି ଚୀନ୍ ଉପରେ ଏହି ଶୁଳ୍କ ଲଗାଇଥିଲା ଆମେରିକା । ବର୍ତ୍ତମାନ ଟ୍ରମ୍ପ୍ ୧୨୫% ପାରସ୍ପରିକ ଶୁଳ୍କ ଉପରେ ୨୦% ଫେଣ୍ଟାନିଲ୍ ଟାରିଫ (ଔଷଧୀୟ ଶୁଳ୍କ) ମିଶାଇବାରୁ ଏହା ଏବେ ୧୪୫%ରେ ପହଞ୍ଚôଛି । ଏହିସବୁ ଶୁଳ୍କକୁ ମିଶାଇଲେ ଚୀନ୍ ଉପରେ ସର୍ବମୋଟ ଶୁଳ୍କ ୨୪୫%ରେ ପହଞ୍ଚୁଛି । ସେହିପରି ଅନ୍ୟ ଏକ ଉଦାହରଣ ଦେଖିବାକୁ ଗଲେ ଚୀନ୍ର ପଶମବସ୍ତ୍ର (ଶୀତବସ୍ତ୍ର) ଉପରେ ୧୬୮.୫%  ଶୁଳ୍କ ଲାଗୁ କରାଯିବ । ଅର୍ଥାତ୍ ପଶମ ଉପରେ ବାଇଡେନ୍ ସରକାର ସମୟରେ ମୌଳିକ ଶୁଳ୍କ ୭.୫% ଥିବା ବେଳେ ଏବେ ଏଥିରେ ୧୬% ବୃଦ୍ଧି କରାଯିବ । ଏହାସହିତ ଫେଣ୍ଟାନିଲ୍ ଟାରିଫ (ଔଷଧୀୟ ଶୁଳ୍କ) ୨୦% ଏବଂ ପାରସ୍ପରିକ ଶୁଳ୍କ ୧୨୫%କୁ ମିଶାଇଲେ ସର୍ବମୋଟ ଶୁଳ୍କ ୧୬୮.୫%ରେ ପହଞ୍ଚôବ । ଏହିପରି ଭାବେ ଚୀନ୍ର ସାମୁହିକ ସାମଗ୍ରୀ ଉପରେ ଲାଗିଥିବା ଭିନ୍ନ ଶୁଳ୍କକୁ ଅନୁଶୀଳନ କଲେ ଚୀନ୍ ଉପରେ ଆମେରିକା ୨୪୫% ଲଗାଇବ ବୋଲି କୁହାଯାଉଛି । ପ୍ରକୃତପକ୍ଷେ ଏହା ଗୋଟିଏ ସାମଗ୍ରୀ ଉପରେ ନୁହେଁ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ସଂକଳନରେ ଏହା ଉଲ୍ଲେଖ କରାଯାଇଛି ।