ଶିଶୁର ସାମଗ୍ରିକ ଉନ୍ନତି ସ୍କୁଲର ଶୃଙ୍ଖଳା ଉପରେ ନିର୍ଭର କରେ 

 ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ଫଳପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦଶବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ଓ ସଂକୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟିନ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ମନ୍ତ୍ରୀ ସ୍କୁଲର ଶୃଙ୍ଖଳିତ ପରିବେଶ ଦେଖି ସନ୍ତୋଷ ପ୍ରକାଶ କରି ନିଜର ବକ୍ତବ୍ୟ ମାଧ୍ୟମରେ ଶିଶୁ ମନ୍ଦିରରେ ଶିଶୁଙ୍କ ଉନ୍ନତି ପାଇଁ ବିହିତ ପଦକ୍ଷେପ ନିଆଯାଉଥବାରୁ ବିଦ୍ୟଳୟର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ଶିଶୁବିକାଶ ସମିତିର କାର୍ଯ୍ୟଧାରା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ । ଉତ୍ସବରେ ସ୍କୁଲ ପ୍ରତିଷ୍ଠାତା, ନିଦେ୍ର୍ଦଶକ ଗୟାଧର ପଣ୍ଡା ପୌରାହିତ୍ୟ କରିଥିବା ବେଳେ, ଭଦ୍ରକ ଚୈତନ୍ୟ ଆଶ୍ରମର ବାଗ୍ମୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ, ଭଦ୍ରକ ସ୍ୱୟଂ ଶାସିତ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଓ କେନ୍ଦୁଝର ଜିଲ୍ଲା ପଡ଼ିଆବେଡା କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ସାହୁ, ଶାନ୍ତନୁ ରାଉତ ଅନ୍ୟତମଅତିଥି ଯୋଗ ଦେଇଥିଲେ । ସ୍କୁଲର ଦିବଂଗତ ଅଧ୍ୟକ୍ଷ ରାଜକିଶୋର ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା । ଅଧ୍ୟକ୍ଷା ଝରଣା ନନ୍ଦ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାମନ୍ଦିର ଗୁରୁ ମା ଓ ଗୁରୁଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।