ପାନୀୟଜଳ ଯୋଗାଣ ନାଁରେ ହରିଲୁଟ୍

  ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚôଛି । ପାନୀୟଜଳ ଯୋଗାଣ ନାଁରେ ହେଉଛି ହରିଲୁଟ୍ । ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଛି ବସୁଧା ଯୋଜନା ମାଧ୍ୟମରେ ଓଭରହେଡ ଟ୍ୟାଙ୍କ୍ ନିର୍ମାଣ । ହେଲେ ସରକାରଙ୍କ ଏହି ବହୁ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକରେ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଲକ ଶାସନଆମ୍ବଗାଁ ଗ୍ରାମପଞ୍ଚାୟତ ବାଦିଆମ୍ବଗାଁ ଗ୍ରାମରେ ପ୍ରାୟ ୩ହଜାର ଜନସଂଖ୍ୟା ଲୋକଙ୍କ ପାଇଁ ବସୁଧା ଯୋଜନାରେ ୧ଲକ୍ଷ ଲିଟର ବିଶିଷ୍ଟ ଏକ ପାନୀୟ ଜଳ ପ୍ରକଳ୍ପର ପାଣିଟାଙ୍କି ନିର୍ମାଣ କରାଯାଇଛି । ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ତାହା ଫାଟି ଯାଇଥିବା ଦେଖାଯାଇଛି । ନିର୍ମାଣ ପର ଠାରୁ ଓଭରହେଡ ପାଣି ଟାଙ୍କିରୁ ଅନବରତ ପାଣି ଝରୁଛି । ଯାହାକି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଶାସନଆମ୍ବଗାଁ ପଞ୍ଚାୟତ ବାଦିଆମ୍ବଗାଁ ୟୁପି ସ୍କୁଲ୍ ନିକଟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍ଡବ୍ଲୁଏସ୍ଏସ୍) ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଏହି ଓଭରହେଡ ପାଣି ଟାଙ୍କିର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ କେତେବେଳେ ଭୁଶୁଡି ପଡିବ ତାହାକୁ ନେଇ ସଂପୃକ୍ତ ଗ୍ରାମବାସୀ ସନେ୍ଦହ ପ୍ରକାଶ କରିଛନ୍ତି ।  ପ୍ରାୟ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କିର ଶୁଭାରମ୍ଭ ହେବା ଦିନ ଠାରୁ ଟାଙ୍କିର ତଳ ଏବଂ ଚାରିପଟୁ ପାଣି ଝରିବା ଆରମ୍ଭ କରିଥିଲା । ଟାଙ୍କି ଭୁଶୁଡି ପଡିବା ଆଶଙ୍କାରେ ଏବେ ଟାଙ୍କିରେ ଅଧାରୁ କମ୍ ପାଣି ଭର୍ତ୍ତି କରାଯାଉଛି । ଯଦି ଟାଙ୍କିରେ ୫୦ ହଜାର ଲିଟର ପାଣି ଭର୍ତ୍ତି କରାଯାଏ, ତେବେ ତାହା ଭୁଶୁଡି ପଡିବା ଆଶଙ୍କା ସୃଷ୍ଟି ହେବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଓଭରହେଡ ପାଣି ଟାଙ୍କିର ପିଲାର ଗୁଡିକରୁ ଲୁହାଛଡ଼ ଜଙ୍କ ଲାଗି ନଷ୍ଟ ହୋଇ ଥିବା ଦେଖାଯାଉଛି । ନିର୍ମାଣ ସମୟରେ ବିଭାଗ ପକ୍ଷରୁ ସଠିକ୍ ତଦାରଖ କରାଯାଇ ନଥିବାରୁ ନିମ୍ନମାନର କାର୍ଯ୍ୟ ହୋଇଥିଲାବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।  ତେବେ ସଂପୃକ୍ତ ଠିକାଦାର ମନମୁଖୀ ଭାବେ ଆକଳନ ବାହାରେ ନିମ୍ନମାନର ଚିପ୍ସ ସିମେଂଟ, ବାଲି ଓ ରଡ ବ୍ୟବହାର କରି ବହୁ ବିଳମ୍ବରେ ଏହି କାର୍ଯ୍ୟକୁ ସାରିଥିଲେ । ତେବେ ନିମ୍ନମାନର କାର୍ଯ୍ୟ ନେଇ ସେତେବେଳେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ । ବିିଛାଯାଇଥିବା ପାଇପ ଗୁଡିକ ନିୟମ ମୁତାବକ ୩ଫୁଟ ଗଭୀର ତଳେ ପୋତାନଯାଇ କେଉଁଠାରେ ଏକଫୁଟ ତ ଅନ୍ୟ କେଉଁଠାରେ ୨ଫୁଟ ଗଭୀର କରି ପାଇ୍ପ ଗୁଡାକ ପୋତାଯାଇଛି । ଏହି ପ୍ରକଳ୍ପକୁ ନିର୍ମାଣ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଅନିୟମିତତା କାର୍ଯ୍ୟ ସଂପର୍କରେ ବିଭାଗୀୟ ସହକାରୀ  ଯନ୍ତ୍ରୀ ସନ୍ତୋଷ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ ୧୨ବର୍ଷ ତଳର ପୁରୁଣା ଟାଙ୍କି ହୋଇଥିବାରୁ ଲିକେଜ ଅଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ବିଭାଗୀୟ ଏସଡିଓ ମଳୟ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରୁ ୧୨ବର୍ଷ ପୁରୁଣା ଟାଙ୍କି ହୋଇଥିବାରୁ ସଂପୃକ୍ତ ପାଣି ଟାଙ୍କିରୁ ପାଣି ବୋହୁଛି ବୋଲି କହିଛନ୍ତି ।