ବିଖ୍ୟାତ ଅର୍ଥନୀତିଜ୍ଞ ବିବେକ୍ ଦେବରୟଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରୟଙ୍କ ୬୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ଦେବ୍ରୟ ପୁଣେରେ ଗୋଖଲେ ଇନଷ୍ଟିଚୁ୍ୟଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଜିପିଇ) ର କୁଳପତି ଭାବରେ କାର୍ଯ୍ୟ କରିଥିଲେ । ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଭାପତି ବିବେକ ଦେବ୍ରୟଙ୍କ ଶୁକ୍ରବାର ୬୯ ବର୍ଷ ବୟସରେ ଦେହାନ୍ତ କଥା ଶୁଣି ମୋଦୀ ଦୁଖ ପ୍ରକାଶ କରିଛନ୍ତି । ଏଆଇଏମ୍ଏସ୍ ଦିଲ୍ଲୀ କହିଛି ଯେ ଅନ୍ତନଳିର ଅବରୋଧ ଯୋଗୁଁ ବିବେକ ଦେବ୍ରୋଙ୍କର ଦେହାନ୍ତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦୁଃଖରେ ସମବେଦନା ଜଣାଇବା ସହ ଶ୍ରୀ ଦେବରୋଙ୍କୁ ଜଣେ "ଉଚ୍ଚÿ ବିଦ୍ୱାନ' ବୋଲି ବର୍ଣ୍ଣନା କରିଛନ୍ତି ।