ବିଘ୍ନେଶ୍ୱରଙ୍କ ଭସାଣି ଉତ୍ସବ
ବ୍ରହ୍ମଗିରି : କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବିଭିନ୍ନ ଯାଗାରେ ପାଳନ ହୋଇଥିବା ବିଘ୍ନେଶ୍ୱରଙ୍କ ପୂଜାର ଅନ୍ତିମ ପର୍ଯାୟର ଭସାଣି ଉତ୍ସବ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ସୁସଜ୍ଜିତ ଗାଡିରେ ମୂର୍ତ୍ତି ଗୁଡିକ ବିଭିନ୍ନ ପୋଖରୀ ନଦୀ ଗୁଡିକର ଭସାଣି କରିଥିଲେ । ଦହିଖିଆ ନିକଟସ୍ଥ ରାୟପୁର ଗାଁର ବାବା ଆଖଣ୍ଡଳମଣି ୟୁଥ କ୍ଲବର ସପ୍ତାହ ବ୍ୟାପି ଗଣେଷ ପୂଜାର ବିସର୍ଜନ ଉତ୍ସବରେ କ୍ଲବ ସଭାପତି ତନ୍ମୟ କୁମାର ଜେନାଙ୍କ ସହ ଉପ ସଭାପତି ଗଣେଷ କୁମାର ଜେନା, ବାବୁନା ଜେନା, ମୁନା ଜେନା, ଜୀବନ ଜେନା, ମୁକେଶ ଜେନା, ସୌରଭ, ମିଲଟନ୍ ଜେନା, ପ୍ରସାଦ ମଲ୍ଲିକ, ମକୁନ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଶୃଙ୍ଖଳା ପରିଚାଳନା ଦାୟିତ୍ୱରେ କ୍ଲବ ତରଫରୁ ଚିକୁନ ଜେନା, ମାଧବ ଜେନା, ସୋରେନ ଜେନା, ସାୟଲ ଜେନା, ପ୍ରଣୟ ଜେନା, ଆୟୁଷ ପଟ୍ଟନାୟକ, ରାଜା, ରୟାଲ ଜେନା ପ୍ରମୁଖ ସହଯୋଗ କରିଥିଲେ ।