ନିଶା କାରବାର ସହ ବଢୁଛି ଅର୍ଥ ଠକେଇ: ଫାଣ୍ଡି ଅଧିକାରୀଙ୍କ ପ୍ରିୟାପ୍ରୀତିରୁ ଜମାକାରୀ ନିରାଶ
ଗୋପ : ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ଅଞ୍ଚଳ ବିଗତ କିଛ ଦିନ ହେବ କଳାବଜାରୀ, ସେକ୍ସ ରାକେଟ, ନିଶାକାରବାର ବୃଦ୍ଧି ସାଙ୍ଗକୁ ଅର୍ଥ ବିନିଯୋଗକାରୀ ସଂସ୍ଥା ଦ୍ୱାରା କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ଫାଣ୍ଡି ଅଞ୍ଚଳରେ ବ୍ୟାପକ ପରିମାଣରେ ନିଶାକାରବାର ବୃଦ୍ଧି ପାଉଥୁବାରୁ ଅନେକ ଅସାମାଜିକ କାର୍ଯ୍ୟକଳାପ ସାଙ୍ଗକୁ ରାହାଜାନି ବୃଦ୍ଧି ପାଉଥିବା ଖବର ପ୍ରକାଶିତ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଅନେକ ଥର ଅଭିଯୋଗ ହେଉଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ନିରବ କାହିଁକି? ଏମିତି ବି ଅଭିଯୋଗ ଶୁଣିବାକୁ ମିଳୁଛି ଯାହାର ଆର୍ଥିକ ଅବସ୍ଥା ଭଲ ତା ସପକ୍ଷରେ ଯୁକ୍ତି ରଖୁଛନ୍ତି ଫାଣ୍ଡି ଅଧିକାରୀ । ଗତ କିଛି ମାସ ତଳେ ଏକ ପୁଞ୍ଜି ବିନିଯୋଗକାରୀ ସଂସ୍ଥା ଠାରୁ ଅଧିକ ସୁଧ ପାଇବା ଲୋଭରେ କିଛି ମହିଳା ଗୋଷ୍ଠୀର ସଦସ୍ୟା ସେଠାରେ ଅର୍ଥ ଜମାକରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂସ୍ଥା କେଉଁଆଡେ ଉଭାନ ହୋଇଗଲା । ଯାହାଫଳରେ କଛି ମହିଳା ଫାଣ୍ଡି ଅଧିକାରୀଙ୍କ ଦ୍ୱାରା ଏଜେଣ୍ଟଙ୍କ ଠାରୁ ବଳପୂର୍ବରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏବ କିନ୍ତୁ ପଲ୍ଲୀ ଛକଠାରେ ଥିବା ଏକ କୋଅପରେଟିଭ୍ ସୋସାଇଟି ଜମାକାରୀଙ୍କ ଟଙ୍କା ଫେରାଉ ନଥୁବା ଅଭିଯୋଗ ହୋଇଛି । ଏନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେତେକ ଜମାକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟଙ୍କା ମାଗିଥିଲେ । ତେବେ ସେ ଟଙ୍କା ନଦେବାରୁ ତାଙ୍କ ଗାଡି ଛଡାଇ ପୁଲିସରେ ଜିମା ଦେଇଥିଲେ । ତେବେ ଫାଣ୍ଡିରେ ପ୍ରାୟ ୩୦ରୁ ଅଧିକ ମହିଳା ଜମାକାରୀ ଓ ସେହି ସଂସ୍ଥାର ପରିଚାଳକ, କର୍ମଚାରୀ ନୟାହାଟ ଫାଣ୍ଡିରେ ପହଞ୍ଚି ଥିଲେ । ଫାଣ୍ଡି ଅଧିକାରୀ ଅଶୋକ ବେହେରା ସଂସ୍ଥାର ସମସ୍ତ କାଗଜପତ୍ର ତନଖ କରିବାରେ ଏହା ଏକ ବେସରକାରୀ ସଂସ୍ଥା ବୋଲି ଜାଣିବାକୁ ପାଇଥିଲେ । ଏହି ସଂସ୍ଥା ନିମାପଡା ଗ୍ରାମର ସସ୍ମିତା ସେନ୍ ୧ ଲକ୍ଷ ୮ ହଜାର, ୧ ଲକ୍ଷ ୪୦ ହଜାର ଓ ୧୩ ହଜାର ଟଙ୍କା ତିନୋଟି ବହିରେ ଜମା କରିଥିବା ବେଳେ, ଦେଶୁଣ୍ଠିର ଝୁନି ଲତା ସ୍ୱାଇଁ ୧ ଲକ୍ଷ ୩୮ ହଜାର ଓ ଭୀମାପଡ଼ା ଗ୍ରାମର ବଳରାମ ସାହୁ ୯୩ ହଜାର ଟଙ୍କା ଜମା କରିଥିଲେ । ତେବେ ସଂସ୍ଥା ୬ ମାସ ହେଲା ସେମାନଙ୍କୁ ଟଙ୍କା ଫେରାଉ ନାହିଁ । ଫଳରେ ଜମାକାରୀ ନୟାହାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ପୂର୍ବରୁ ଜଣେ ଗରିବ ଦିନ ମଜୁରୀଆ ଠାରୁ ଫାଣ୍ଡି ଅଧିକାରୀ ବଳପୂର୍ବକ ଅର୍ଥ ଆଦାୟ କରି କିଛି ମହିଳାଙ୍କୁ ହସ୍ତାନ୍ତର କରିଥିବା ବେଳେ, ଏବେ କୋଟି କୋଟି ଟଙ୍କା ନେଇ ଚମ୍ପଟ ମାରିଥିବା ସଂସ୍ଥା ଠାରୁ କାହିଁକି ଟଙ୍କା ଆଦାୟ ନ କରି ଗୋପ ଥାନାକୁ ପଠାଉଛନ୍ତି । ଫାଣ୍ଡି ଅଧିକାରୀଙ୍କ ପ୍ରିୟା ପ୍ରୀତି ପୋଷଣ ମନୋଭାବ ଯୋଗୁଁ ନୟାହାଟ ଅଞ୍ଚଳରେ ଫାଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।