ଭିଜିଲାନ୍ସ ଜାଲରେ ଏସ୍ଆଇ

 ଅନୁଗୋଳ : ଭିଜିଲାନ୍ସ ଜାଲରେ ବନ୍ତଳା ଥାନା ସବ୍ଇନିସପେକ୍ଟର ପ୍ରମୋଦ ନାୟକ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଅନୁଗୁଳ ଭିଜିଲାନ୍ସ ବିଭାଗ । ପ୍ରକାଶ ଯେ, ବନ୍ତଳା ଅଞ୍ଚଳର କବିତା ନାୟକ ତାଙ୍କ ଗାଡି (ବାଇକ୍)ରିଲିଜ କରିବା ପାଇଁ ବନ୍ତଳା ଥାନାକୁ ଯାଇଥିଲେ । ସେଠାରେ ସବ୍ଇନିସ୍ପକ୍ଟର ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ୬ ହଜାର ଟଙ୍କା ଲାଞ୍ଚ ନେବା ପରେ ଗାଡି ଶୀଘ୍ର ରିଲିଜ କରିବା ପାଇଁ ସବ୍ଇନିସପେକ୍ଟର କହିଥିଲେ । କବିତା ନାୟକ ଏହି ଘଟଣାକୁ ନେଇ ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଉ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଲାଞ୍ଚ ନେବା ବେଳେ ସବ୍ଇନିସପେକ୍ଟର ପ୍ରମୋଦ ନାୟକଙ୍କୁ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲା । ଏହି ସମୟରେ ଅନୁଗୁଳ ଭିଜିଲାନ୍ସ ବିଭାଗର ଡ଼ିଏସପି ରବିକାନ୍ତ ସୁନା, ଇନିସପେକ୍ଟର ପ୍ରଦୀପ ସାମଲ, ଇନିସପେକ୍ଟର ଅନିରୁଦ୍ଧ ନାୟକଙ୍କ ସମେତ ଅନ୍ୟ ଭିଜିଲାନ୍ସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।