ପୁରୀ ବସ୍ ଷ୍ଟାଣ୍ଡରେ ଜଳିଲା ଟୁରିଷ୍ଟ ବସ୍

ପୁରୀ: ପୁରୀ ମାଳତିପାଟପୁର ବସ୍ ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଘଟିଛି ଏକ ଅଘଟଣ । ରାସ୍ତାରେ ଛିଡ଼ା ହୋଇଥିବା ଏକ ଟୁରିଷ୍ଟ ବସ୍ରେ ନିଆଁ ଲାଗିଯାଇଛି। ହେଲେ ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ସୂଚନା ମୁତାବକ, ମାଳତିପାଟପୁର ବସ୍ ଷ୍ଟାଣ୍ଡ ନିକଟରେ ଏକ ଟୁରିଷ୍ଟ ବସ୍ ଛିଡ଼ା ହୋଇ ରହିଥିଲା। ସେତିକିବେଳେ ଅଚାନକ ବସ୍ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଉଠିଥିଲା। ଫଳରେ ଯାତ୍ରୀଙ୍କ ଭୟର ବାତାବରଣ ଖେଳି ଯାଇଥିଲା। ଖବର ପାଇ ଦମକଳ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏପରିକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।