ଲଦାଖରେ ଥିବା ଶିଙ୍କୁଲା ଗିରି ଶୃଙ୍ଗ ଚଢିଲେ ପ୍ରଭାସିନୀ

 ଭୁବନେଶ୍ୱର : ଜୁଲାଇ ୧୪ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଲେହ ଲଦାଖରେ ଚାଲିଥିବା ପର୍ବତ ଆରୋହଣ ଅଭିଯାନରେ ଯୋଗ ଦେଇଥିଲେ ଓଡିଶାର ପର୍ବତ ଆରୋହୀ ଓଡିଆ ଝିଅ ପ୍ରଭାସୀନୀ ବେହେରା  । ଏହି ଅଭିଯାନରେ ଦୁଇ ଆମେରିକୀୟ ପର୍ବତ ଆରୋହୀ ଏବଂ ବିଭିନ୍ୟ ରାଜ୍ୟରୁ ଆସିଥିବା ୧୪ ଜଣ ପର୍ବତ ଆରୋହୀ ଯୋଗ ଦେଇଥିଲେ ସେଇ ମାନଙ୍କ ମଧ୍ୟରେ ଓଡ଼ିଆ ଝିଅ ପ୍ରଭାସିନୀ ସାମିଲ ହୋଇଥିଲେ  । ଲଦାଖରେ ଥିବା ଶିଙ୍କୁଲା ପାସ ଠାରେ ଥିବା ଗିରି ଶୃଙ୍ଗ ଶିଙ୍କୁଲା (ଦକ୍ଷିଣ)ରେ ଅନେକ କଠିନ ପରିସ୍ଥିତି  ଦେଇ ଗତି କରିଚାଲିଥିଲେ ସମସ୍ତ ପର୍ବତ ଆରୋହୀ, ସେଥି ମଧ୍ୟ ରେ ଅକ୍ସଜେନ ଅଭାବ ରୁ ୧୦  ପର୍ବତ ଆରୋହୀଙ୍କର ଶରୀର ଅସୁସ୍ଥ ହୋଇ ପଡିଥିଲା ଯଉଁଥିପାଇଁ କ୍ୟାମ୍ପ ନମ୍ବର ୧ ଏବଂ କ୍ୟାମ୍ପ ନମ୍ବର ୨ ରେ ଅଟକି ଯାଇଥିଲେ ୧୦ ଜଣ ପର୍ବତ ଆରୋହୀ ବାକି ୬ ଜଣ ପର୍ବତ ଆରୋହୀ ସର୍ବ ଶେଷରେ ପରିସ୍ଥିତି କୁ ଖାତିର ନ କରି ଏ ଅଭିଯାନ କୁ ପୂର୍ଣ୍ଣ ରୂପେ ସମାପ୍ତ କରିଥିଲେ  । ୬ ଜଣ ଙ୍କ ମଧ୍ୟରେ ପ୍ରଭାସିନୀ ବେହେରା ମଧ୍ୟ ଏ ଅଭିଯାନ କୁ ପୁରା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପ୍ରଭାସିନୀ ୟାପୂର୍ବରୁ ଅନେକ ଗିରି ଶୃଙ୍ଗ ସଫଳତାର ସହିତ ଆରୋହଣ କରି ସାରିଛନ୍ତି ତନ୍ମଧ୍ୟରୁ ଗିରି ଶୃଙ୍ଗ ଯୁନମ ଯାହାର ଉଚ୍ଚତା (୬୧୧୧ ମିଟର ) ଗିରି ଶୃଙ୍ଗ ଫ୍ରେଣ୍ଡସିପ ଯାହାର ଉଚ୍ଚତା (୫୨୮୯ମିଟର ) ଏହା ସହିତ ଉତ୍ତରାଖଣ୍ଡର ପର୍ବତ  କେଦାରକଣ୍ଠ, ଚନ୍ଦ୍ରସିଲା, ନାଗାଲାଣ୍ଡର ସର୍ବଚ୍ଚ ପର୍ବତ ମାଳା ସରମତିକୁ ମଧ୍ୟ ସଫଳତାର ସହିତ ଆରୋହଣ କରି ସାରିଛନ୍ତି  । ଏହା ସହିତ ସେ ଭାରତର ଭିର୍ଣ୍ଣ ଭିର୍ଣ୍ଣ ୨୩ ରାଜ୍ୟର ୨୩ଟି ସୁଉଚ୍ଚ ପର୍ବତ ମାଳା ସଫଳତାର ସହିତ ଆରୋହଣ କରି ଓଡିଶା ପାଇଁ ଗର୍ବ ଆଣିବାରେ ସଫଳ ହୋଇଛନ୍ତି  । ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ଅଛି ବିଶ୍ୱର ସର୍ବୋଚ୍ଚ ଗିରି ଶୃଙ୍ଗ ଏଭରେଷ୍ଟ ଚଢିକି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ  । ସରକାର ଏଥିପାଇଁ ସହଯୋଗ ଏବଂ ସହାୟତା ପ୍ରଦାନ କଲେ ସେ ଏହି ସୁଉଚ୍ଚ ଗିରି ଶୃଙ୍ଗରେ ଚଢିବାରେ ସଫଳ ହେବେ ବୋଲି କହିଛନ୍ତି  ।