ବିଜେଡି ଅଛି ଓ ଶହେ ବର୍ଷ ରହିବ : ନବୀନ
ଭୁବନେଶ୍ୱର : ଆଜି ବିଜେଡି ପ୍ରତିଷ୍ଠା ଦିବସ । ଏହି ଅବସରରେ ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଇଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି।
ସେ କହିଛନ୍ତି, ୧୯୯୭ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା କରି ଆସୁଛୁ । ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲଡେନ୍ ପିରିୟଡ୍ । ଦାରିଦ୍ର୍ୟ, ଅନାହାର, ଶିଶୁ ମୃତ୍ୟୁ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସହ ଆମେ ଲଢିଛୁ । ସଫଳ ମଧ୍ୟ ହୋଇଛୁ । ଓଡ଼ିଶାକୁ ନୂଆ ପରିଚୟ ଦେଇଛୁ । ମାଆମାନଙ୍କୁ ସଶକ୍ତ କରିଛୁ । ଚାଷୀର ରୋଜଗାର ବୃଦ୍ଧି କରିଛୁ । ବିଏସ୍କେୱାଇ ପରି ମାଗଣା ସ୍ୱାସ୍ଥ୍ୟସେବା ଦେଇଛୁ । ରାଜ୍ୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢ଼ିଙ୍କୁ ନିଯୁକ୍ତି ବି ଦେଉଛୁ। ଦୀର୍ଘ ଦିନ ହେବା ବିଜେଡିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ବକ୍ତବ୍ୟ ରଖିଛନ୍ତି ସଭାପତି । ପ୍ରତିଷ୍ଠା ଦିବସରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାବାଳିକା ଦୁଷ୍କର୍ମ ବଢିଛି, ହେଲେ ସରକାର ଚୁପ ହୋଇ ବସିଛନ୍ତି । ଡବଲ ଇଞ୍ଜିନ ସରକାରରେ ବିକାଶ କାଇଁ, ଧାନ ମଣ୍ଡିରେ ଅବ୍ୟବସ୍ଥା, ମିଶନ ଶକ୍ତି ମା ହଇରାଣ, ଶିଶୁ ବି ଓଡିଶାରେ ସୁରକ୍ଷିତ ନୁହଁନ୍ତି, ଯୁବ ସମାଜ ହତାଶ ବୋଲି ସେ ବିଜେପି ସରକାରକୁ ପ୍ରଶ୍ନ କରିଛନ୍ତି।
Samir Kumar Rout