ବିଜେଡିରୁ ବିଜୟଲକ୍ଷ୍ମୀଙ୍କ ଇସ୍ତଫା : କାରଣ ଦର୍ଶାଅ ନୋଟିସ

ବିଜେଡିରୁ ବିଜୟଲକ୍ଷ୍ମୀଙ୍କ  ଇସ୍ତଫା : କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଜୟଲକ୍ଷ୍ମୀଙ୍କ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
 ଏ ନେଇ ବିଜୟଲକ୍ଷ୍ମୀ କହିଛନ୍ତି, କାରଣ ଦର୍ଶାଅ ନୋଟିସକୁ ନେଇ ବ୍ୟଥିତ, ମର୍ମାହତ ଥିଲି। ସେ ଆହୁରି କହିଛନ୍ତି, କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ତାଙ୍କୁ ଏହି କାରଣ ଦର୍ଶାଅ ନୋଟିସ କରାଯାଇଥିଲା।  କିଛି ଦିନ ତଳେ ବିଜୟଲକ୍ଷ୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡି ନୋଟିସ କରିଥିଲା ।