ବିଜେପି ଛାଡ଼ିଲେ ସରପଞ୍ଚ, ସମିତିସଭ୍ୟ ଓ କାର୍ଯ୍ୟକର୍ତ୍ତା

ବାଲିକୁଦା,: ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତାପାର୍ଟି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଅମରଙ୍କ ନେତୃତ୍ୱକୁ ବିରୋଧ କରି ବାଲିଚନ୍ଦ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କିଛି ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଦଳୀୟ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି । ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ଇଂ.ଯଶୋଦୀପ୍ତ ସାମଲ, ଉକôଳ କେଶରୀ ସାମଲ ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ଉପରେ ଅସହିଷ୍ଣୁତା, ପରଶ୍ରୀକାତରତା, ଦଳ ବିରୋଧୀ କାର୍ଯ୍ୟକ୍ରମ ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା କରି ବ୍ୟକ୍ତିଗତ ସଂଗଠନ କରି ଦଳୀୟ କାର୍ଯ୍ୟକ୍ରମକୁ ଉପେକ୍ଷା ଆଦି ଅଭିଯୋଗ ଆଣିଥିଲେ । ଏସବୁ ଅଭିଯୋଗ କରି ଦଳୀୟ କର୍ମକର୍ତ୍ତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବୋଲି ଘୋଷଣା କରିଥିଲେ । ଏକ ଇସ୍ତଫାପତ୍ର ଯାଜପୁର ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।  ଗାପାଳପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଗୋଦାବରୀ ଶାନ୍ତି, ସମିତିସଭ୍ୟା ପୁଷ୍ପଲତା ସାମଲ, କୋଲଗିରି ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ପଞ୍ଚାୟତ ପ୍ରମୁଖ ପର୍ଶୁରାମ ଦାସ, ସରପଞ୍ଚ ପ୍ରତିନିଧି ଚିନ୍ମୟ ଶାନ୍ତି ପ୍ରମୁଖ  କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।