ଓଭରବ୍ରିଜ୍ ନିର୍ମାଣରେ ବିଳମ୍ବ
କେନ୍ଦୁଝର, : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ର ଜଗମୋହନପୁର ଠାରେ ପ୍ରସ୍ତାବିତ ଓଭରବ୍ରିଜ୍ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍ଥାନରେ ହାତୀଙ୍କ ବର୍ଷର ସବୁ ସମୟରେ ଯାତାୟତ ରହୁଥିବାରୁ ପିୟୁପି ବା ପାସେଞ୍ଜର ଅଣ୍ଡରପାସ୍ ନକରି ଏବ ବଡ ବ୍ରିଜ୍ କରିବାକୁ ବନବିଭାଗ ପ୍ରସ୍ତାବ ଦେଇଥିଲା । ହାତୀ ସୁରକ୍ଷା ସମନ୍ୱୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ୧ କିଲୋମିଟର ଦୀର୍ଘ ଓଭରବ୍ରିଜ ମଧ୍ୟରୁ ହାତୀମାନଙ୍କ ପାଇଁ ଯାତାୟତ ପଥ ୫୩୨ ମିଟର ଲମ୍ବ ଓଭରବି୍ରଜ୍ କରି ଯାତାୟତ ପଥ ରଖିବାକୁ ଏନ୍ଏଚ୍ଏଆଇ ସହମତି ପ୍ରକାଶ କରିଥିଲା । ତେବେ ଇତିମଧ୍ୟରେ ଜାତୀୟ ରାଜପଥ ୪୯ କାମ ଶେଷ ହେବାର ୨ବର୍ଷ ପରେ ମଧ୍ୟ ବ୍ରିଜ୍ ପାଇଁ ଟେଣ୍ଡର ମଧ୍ୟ ହୋଇନାହିଁ । ଜଗମୋହନପୁରଠାରେ ବି୍ରଜ୍ ହୋଇପାରୁନଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଦେଇଛି । ଧୂଳି ଉଡି ଯାତାୟତରେ ସମସ୍ୟା ଦେଖାଦେଉଛି । ହାତୀଙ୍କ ଚଳପ୍ରଚଳରେ ମଧ୍ୟ ଅସୁବିଧା ହେଉଛି । ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ସତ୍ତ୍ୱେ ଏନ୍ଏଚ୍ଏଆଇ ବିଳମ୍ବ କରୁଥିବାରୁ ଆଗାମୀ ଦିନରେ ସ୍ଥାନୀୟ ଲୋକ ଆନେ୍ଦାଳନ ଚେତାବନୀ ଦେଇଛନ୍ତି ।
Editor