‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

 କୁଆଖିଆ : କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ୍ ନରସିଂହପୁର ପଞ୍ଚାୟତରେ ଅମୃତ ମହୋତ୍ସବରେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପି ହିଙ୍ଗୁଳା ମଣ୍ଡଳ ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ହରିପୁର ଜଗନ୍ନାଥ ମଠରୁ ଶୋଭାଯାତ୍ରାରେ ବାହାରି ହରିପୁର ବଜାର ଦେଇ ମେଡିକାଲ ଛକରେ ପହଁଚିଥିଲେ । ମେଡିକାଲରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନ ଓ ସ୍ଥାନୀୟ ସାଇ ନର୍ସିଂ କଲେଜ ଛାତ୍ରଛାତ୍ରୀ ସମେତ ମଣ୍ଡଳ ସଭାପତି ବିନୋଦ ମହାରାଣା, ପଦ୍ମଲୋଚନ ନାୟକ, ସୁବାସ ନାୟକ, ଜିଲ୍ଲାପରିଷଦ ସଭ୍ୟ ଶିଶିର ମହାନ୍ତି, ଦୁଷ୍ମନ୍ତ ମଲିକ, ପ୍ରଫୁଲ୍ଲ ସାହୁ, ସରପଞ୍ଚ ସର୍ବେଶ୍ୱର ସାହୁ, ମନୋରଞ୍ଜନ ମଲ୍ଲିକ, ଶତ୍ରୁଘନ ରାଉତ, ବାବାଜୀ ବିଶ୍ୱାଳ, ରବୀନ୍ଦ୍ର ବେହୁରିଆ, ପବନା ବାରିକ, ସମରେନ୍ଦ୍ର ଜେନା, ଅଂଶୁମାନ କର, ଉମେଶ ବାରିକ, ମଦନ ରାଉତ ସୁରେଶ ନାୟକ, ଅଜିତ ବେହେରା, ଅନିଲ ଦାସ, ଅନିଲ ସାମନ୍ତରାୟ, ବସନ୍ତ ପଣ୍ଡା, ଅଶୋକ ବାରିକ, ଆଲୋକ ଦାସ, ଧନଜୟ ବଡ଼ଜେନା, ସୁବ୍ରତ ସେଠି, ସୁବ୍ରତ ନାୟକ, ଦେବକାନ୍ତ ପଲେଇ, ଅଜୟ ରଣା, ସୁନାକାର ଶାହାଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।
ଯାଜପୁର ଟାଉନ: ଯାଜପୁର ବ୍ଲକ ବରୁଅାଁ ମଣ୍ଡଳ ବିଜେପି ପକ୍ଷରୁ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜେପି ନେତା ଗୌତମ ରାୟ, ମଣ୍ଡଳ ସଭାପତି ସୁଧାଂଶୁ ବେହେରା, ମନ୍ମଥ ବରାଳ, ବିଶ୍ୱଜିତ ବରାଳ, ସୁଦୀପ୍ତ ପଣ୍ଡା, ସୁରଜଲାଲ ସାମଲ, ପ୍ରଦୀପ ଧଳ, ଶରତ ସାହୁ, ଦେବେନ୍ଦ୍ର ପାଣି, ପ୍ରକାଶ ପରିଡା, ମନୋଜ ଦାସ, ଚିତରଂଜନ ପତି, ସୁଧାଂଶୁ ଶେଖର ପହି, ରାଜ କିଶୋର ପରିଡା, ପ୍ରଭାସ ରାଉତ, ମହେନ୍ଦ୍ର ରାଉତ, ଚକ୍ରଧର ସାହୁ, ବିକ୍ରମ ସାମଲ, ଭରତ ଚନ୍ଦ୍ର ସାହୁ, ସେକ ଅଞ୍ଜୁର, ଲିଳିମା ଭଦ୍ର, ପ୍ରଶାନ୍ତ ପାଣି, ସୁଧୀର ସାମଲ, ରାଜେନ୍ଦ୍ର ଓଝା, ଶଙ୍କର୍ଷଣ ରାଉତରାୟ ପ୍ରମୁଖଙ୍କ ସହ ଶହଶହ କର୍ମୀ ସାମିଲ ହୋଇଥିଲେ ।
ସିଂହପୁର: ବିଞ୍ଝାରପୁର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ସିଂହପୁର, ବିହାରୀ ପଂଚାୟତ ଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଯୁବ, ଛାତ୍ର, ମହିଳା ମାନଙ୍କ ସମେତ ବହୁ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲଥିଲେ । ଏହି ଅବସରରେ ପ୍ରତି ଘରେ ବିଜେପି ପକ୍ଷରୁ ତ୍ରୀରଙ୍ଗା ପତାକା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ  ମଣ୍ଡଳ ସଭାପତି ଶ୍ରୀଧର ଜେନା, ସଂଜୟ ପତି, ମନ ରଞ୍ଜନ ସାହୁ, ସୁକଦେବ ଦାସ, ନିରଞ୍ଜନ ବେଉରିଆ, ପୁରୁଷୋତମ ବେହେରା, ରବିନ୍ଦ୍ର ବେଉରିଆ, ଅଭିମନୁ୍ୟ ସାହୁ, ରବିନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲଥିଲେ ।