ବିଜେପିର ପ୍ରତିଷ୍ଠା ଦିବସ
ରାଜକନିକା : ରାଜକନିକା ମେଡିକାଲ ଛକସ୍ଥିତ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟାଳୟରେ ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରେୟସ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ କର ଯୋଗଦେଇ ପ୍ରଥମେ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସଭରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସନ୍ନ ବିଶ୍ୱାଳ, ପେଗରପଡା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ, ଯୁବନେତା ଶୁଭ୍ରଜିତ ବିଶ୍ୱାଳ,ସୁମନ୍ତ ନାୟକ, ପ୍ରଶାନ୍ତ ବେହେରା, ମନୋଜ ବେହେରା, ପ୍ରୀତିପ୍ରଜ୍ଞା ଜେନା ପ୍ରମୁଖ ଉପସ୍ଥିତ ରହି ବିଜେପିର ୪୬ତମ ପ୍ରତିଷ୍ଠା ଦିବସରେ ଯେଉଁମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହ