ବିଜେପିରେ ମିଶିଲେ ୫ ପଞ୍ଚାୟତ ପ୍ରତିନିଧି, ୫୦କର୍ମୀ
ବ୍ୟାସନଗର : ସାଧାରଣ ନିର୍ବାଚନ ପରେ ଶାସକ ବିଜେପି ଆଡ଼କୁ ଢଳୁଛନ୍ତି ଅନ୍ୟଦଳର ପଞ୍ଚାୟତ ପ୍ରତିନିଧି ଏବଂ କର୍ମୀ । ଗତଦିନରେ ଅନେକ କର୍ମୀ ଏବଂ ପ୍ରତିନିଧି ବିଜେପିରେ ସାମିଲ ହୋଇଥିବା ବେଳେ ଆଜି କୋରେଇ ବିଜେଡ଼ି ପକ୍ଷରୁ ବଡ଼ଧରଣର ମିଶ୍ରଣ ପର୍ବ ବ୍ୟାସନଗର ସଂସ୍କୃତି ଭବନରେ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ମିଶ୍ରଣପର୍ବରେ ପଛିକୋଟ ସରପଞ୍ଚ ଗୀତାଞ୍ଜଳୀ ସେଠୀ, ନାଏବ ସରପଞ୍ଚ ନୀଳମଣି ବେହେରା, ୱାର୍ଡ଼ସଭ୍ୟ ଚନ୍ଦନ ପତି, ରାଧା ଜେନା, ମାତା ରାଉତ୍, ରାଧାରାଣୀ ନାୟକ, ନୀଳକଣ୍ଠ ସେନାପତି, କଳାକାର ବାରିକ, ଅଭିନ୍ନ ସେଠୀ, ଦିଲୀପ ସ୍ୱାଇଁଙ୍କ ସମେତ ୨୨ଜଣ ବିଜେପିରେ ସାମିଲ ହୋଇଥିଲେ । ସେହିପରି ସାଦକପୁର ସରପଞ୍ଚ ରବୀନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ଉସମାନ ଖାନ, ୱାର୍ଡ଼ସଭ୍ୟ ସେକ ରିୟାଜଉଦ୍ଦିନ, ଜସିମ ଉଦ୍ଦିନ, ଜୁମା ମସଜିଦର ସଭାପତି ସେକ ଇରଫାନ ଅଲୀ, ବସନ୍ତ ମହାନ୍ତି ଜତିନ ଦାସ, ସୁରଜ ଦାସ ଗେରୁଆ ଟୋପି ପିନ୍ଧିଥିଲେ । ବଡ଼ବିରୁହାଁ ସରପଞ୍ଚ ତପନ ମହାନ୍ତିଙ୍କ ନେତୃତ୍ୱରେ ୱାର୍ଡ଼ସଭ୍ୟ, ଲଲିତ ମୋହନ ମଲିକ, ଗୁରିଆ ମାଝୀ, ବ୍ରଜ କିଶୋର ପୃଷ୍ଟି, କୁଳମଣି ମଲିକ, କନ୍ତେ୍ାର ପଞ୍ଚାୟତର ସରପଞ୍ଚ ସାରଙ୍ଗ ପ୍ରଧାନ, ଲକ୍ଷ୍ମୀନଗର ପଞ୍ଚାୟତରୁ ବଳରାମ ଜେନା, ପାଟରଙ୍ଗା ପଞ୍ଚାୟତ ସମିତିସଭ୍ୟ କୁଶ ମୁଣ୍ଡା ପ୍ରମୂଖ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସମସ୍ତ ଆଗନ୍ତୁକ ପଞ୍ଚାୟତ ପ୍ରତିନିଧି ଏବଂ କର୍ମୀଙ୍କୁ ବିଧାୟକ ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଏବଂ ଉତ୍ତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ପ୍ରାକ୍ତନ ବିଧାୟିକା ସଂଚିତା ମହାନ୍ତି, ବରିଷ୍ଟ ନେତା ସତ୍ୟ ନାରାୟଣ ମହାନ୍ତି, ପ୍ରୀତିରଂଜନ ସାହୁ, ଧନେଶ୍ୱର ବାରିକ, ନଗର ସଭାପତି ଅଚୁ୍ୟତାନନ୍ଦ ଦାସ, ପ୍ରମୋଦ ସାହୁ, ଅଶୋକ ବାରିକ, ନିରଞ୍ଜନ ଘଡ଼ାଇ ପ୍ରମୂଖ ଉପସ୍ଥିତ ରହିଥିଲେ । ବିଧାୟକ ଆକାଶ ମିଶ୍ରଣ ପର୍ବ ପରେ କୋରେଇରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ଏବଂ ଆମେ ପାଞ୍ଚ ପଞ୍ଚାୟତରେ ଆମ ସ୍ଥିତି ସୁଦୃଢ ହେଲା ବୋଲି କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିନ୍ତ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ମିଶ୍ରଣ ପର୍ବ କୋରେଇ ବିଜେଡ଼ିକୁ ଝଟକା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି ।