ସମାଜସେବୀଙ୍କ ପରଲୋକ
ବାଲିକୁଦା : ବାଲିଚନ୍ଦ୍ରପୁର ଥାନା ବାହାଦୁରନଗର ଗ୍ରାମର ସମାଜସେବୀ ଦିଲୀପ କୁମାର ସାମଲ (୬୯)ଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ସକାଳେ ତାଙ୍କର ହୃଦଘାତ ହେବାରୁ ପରିବାର ଲୋକେ ତାଙ୍କୁ ନଡ଼ିଆସାହାସପୁର ଡ଼ାକ୍ତରଖାନାକୁ ନେଇଯାଇଥିଲେ । ତେବେ ଡ଼ାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ତାଙ୍କର ପରଲୋକଗତ ଖବର ମିଳିବା ପରେ ଚାରିନଙ୍ଗଳ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ, ଦରଦୀ ମଣିଷ ଥିଲେ । ଏହାଛଡ଼ା ସେ ଜଣେ କଳାକାର ତଥା ସମାଜସେବୀ ହିସାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁତ୍ର ତ୍ରିନାଥ ମୁଖାଗ୍ନି ଦେଇଥିଲେ । ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ।