୨ରୁ କାଳବୈଶାଖୀ : ୧୭ ସହର ତାତି ୪୦ ଟପିଲା

 ଭୁବନେଶ୍ୱର:  ଆସନ୍ତା ଅପ୍ରେଲ ୨ରୁ ରାଜ୍ୟରେ ପାଗ ବଦଳିବ  । ଦୁଇ ଦିନ ଧରି କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ  । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି  । ସେହିପରି ଆଜି ରାଜଧାନୀର ତାପମାତ୍ରା ୪୦ ଟପିଛି  । ରାଜ୍ୟର ୧୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଛୁଇଁଥିବା ଜାଣିବାକୁ ମିଳିଛି  ।  ଆଇଏମଡ଼ିର ସୂଚନା ଅନୁଯାୟୀ, ଅପ୍ରେଲ ୨ରେ କୋରାପୁଟ ଓ ମାଲକାନାଗିରିରେ ହାଲକା ବର୍ଷା କିମ୍ବା ଝଡ଼ବର୍ଷା ହେବାର ସମ୍ଭାବନା ରହିଛି  । ସେହିପରି ଅପ୍ରେଲ ୩ରେ କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ବି କାଳବୈଶାଖୀ ନେଇ ପୂର୍ବାନୁମାନ କରାଯାଇଛି  । 
ଆସନ୍ତାକାଲି ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ  । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ଅପରପକ୍ଷରେ ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି  । ଝାରସୁଗୁଡ଼ାରେ ପାରଦ ସର୍ବାଧିକ ୪୩ ଡିଗ୍ରୀ ଛୁଇଁଥିବାବେଳେ ରାଜଧାନୀରେ ତାତି ୪୦.୨ ଡିଗ୍ରୀ ଛୁଇଁଛି  । ସେହିପରି ବାଲେଶ୍ୱର ୩୯, ଚାନ୍ଦବାଲି ୪୦.୪, କଟକ ୩୮.୪, ପାରାଦୀପ ୩୩.୧, ଗୋପାଳପୁର ୩୩.୭, ପୁରୀ ୩୪.୩, ଅନଗୁଳ ୪୦.୯, ବାରିପଦା ୪୦.୪, କେନ୍ଦୁଝରଗଡ଼ ୩୮.୧, ସମ୍ବଲପୁର ୪୧.୬, ସୁନ୍ଦରଗଡ଼ ୪୧.୧, ହୀରାକୁଦ ୪୧.୨, ତାଳଚେର ୪୦.୮, ଭବାନୀପାଟଣା ତାପମାତ୍ରା ୪୦.୫ ଡିଗ୍ରୀ ରହିଥିଲା  । ଅପରପକ୍ଷରେ ବଲାଙ୍ଗୀର ୪୧.୨, ମାଳକାନାଗିରି ୩୯.୩, ସୋନପୁର ୪୦.୫, ଦାରିଙ୍ଗବାଡ଼ି ୩୫.୫, ନୟାଗଡ଼ ୩୭, ବୌଦ୍ଧ ୪୧.୨, ଛତ୍ରପୁର ୩୫, ପାରଳାଖେମୁଣ୍ଡି ୪୦.୫, ରାୟଗଡ଼ା ୩୭.୪, ଭଦ୍ରକ ୩୯.୭, ଯାଜପୁର ୩୭, ଢେଙ୍କାନାଳ ୪୦.୯, ବରଗଡ଼ ୩୮.୩, ଦ୍ଭ ୭ ପୃଷ୍ଠାରେ...