ବିଦୁ୍ୟତ ସଟସର୍କିଟରୁ ଅଗ୍ନିକାଣ୍ଡ 


 ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି  । ବିଦୁ୍ୟତ ସଟସର୍କିଟରୁ ଯୋଗୁଁ ନିଆଁ ଲାଗି ଯାଇଥିବା ଜରାପଡ଼ିଛି । ଖବର ଅନୁଯାୟୀ, ଘର ଭିତରୁ ଧୂଆଁ ବାହାରୁଥିବାର ପରିବାର ଲୋକ ଦେଖିଥିଲେ । ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ହୁତୁ ହୁତୁ ହୋଇ ସବୁ ଜଳିବାକୁ ଲାଗିଥିଲା । ପରିବାର ଓ ସ୍ଥାନୀୟ ଲୋକ ପ୍ରଥମେ ନିଆଁ ଲିଭାଉ ଥିବା ସହ ଛତ୍ରପୁର ଅଗ୍ନିଶମ ଅଗ୍ନିଶମ ବାହିନୀର ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି  । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ବିଦୁ୍ୟତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।