ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଅବର୍ତ୍ତନୀୟ: ଡ.ରଥ
ାା ପ୍ରଭାନୁ୍ୟଜ ।ା ଟମକା: ଦାନଗଦୀ ବ୍ଲକ୍ ଟୋଲକାନୀସ୍ଥିତ ରାଧାକୃଷ୍ଣ ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂସଦର ସଭାପତି ଅକ୍ଷୟ କୁମାର ରାଉତଙ୍କ ପୌରାହିତ୍ୟ ଓ ବରିଷ୍ଠ ଶିକ୍ଷାବିତ୍ ବାବାଜି ଚରଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବିଶ୍ୱଭାରତୀ ଶାନ୍ତି ନିକେତନର ପ୍ରଫେସର ଡ.ସନତ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ସାହିତ୍ୱ ହେଉଛି ସମାଜର ଅଭିଚ୍ଛେଦ ଅଙ୍ଗ ତା ବିନା ଏକ ସୁସ୍ଥ ସମାଜ ଗଠନର ପରିକଳ୍ପନା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତି୍ୟକ ଡ.ରାମଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜିବିତ କରିବାର ନିଷ୍ଠା ପାଇଁ ସଂସଦର କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ଝାଡେଶ୍ୱର ଜୁନିୟର କଲେଜ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା, ପ୍ରାକ୍ତନ ଅଧ୍ୟକ୍ଷ ଡ.ଯୁଗୋଳ କିଶୋର ହୋତା, ବ୍ୟାସନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ୱିବେଦୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ସଂସଦର ସଂପାଦକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟିଙ୍କ ୮୦ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ବହୁ ଅନୁଷ୍ଠାନ ତରଫରୁ ଶ୍ରୀ ପୃଷ୍ଟିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂସଦ ତରଫରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ, ବରିଷ୍ଠ ଶିକ୍ଷାବିତ୍ ଅଜୟ କୁମାର ଖୁଣ୍ଟିଆ, ଟିକି ତାରାଫୁଲର ସଂପାଦିକା ପ୍ରଭାତୀ ରାଉତ, ସାମ୍ବାଦିକ ଅବତାର ଅଲ୍ଲୀ, ସୁକିନ୍ଦା ଗାନ୍ଧୀ ସଂସଦର ସମ୍ପାଦକ କୁଳମଣି ଦତ୍ତ, ମା’ ମଙ୍ଗଳା ମହିଳା ଭଗବତ ଟୁଙ୍ଗି, କାଠିଆ ସଭାକୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସଂସଦର ମୁଖପତ୍ର ସତ୍ୟମ ଓ ଶ୍ରୀ ପୃଷ୍ଟିଙ୍କ ଜନ୍ମ ଅଭିନନ୍ଦନିକା ଶ୍ରେୟଶ୍ରୀର ଉନ୍ମୋଚନ କରାଯାଇଥିଲା ।