ଅଟୋକୁ ଧକ୍କା ଦେଲା ଟ୍ରକ୍
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ କଲେଜ୍ ସମ୍ମୁଖରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଜେଡ୍ ୭୮୦୯ ) ହିଞ୍ଜିଳିକାଟୁ ଠାରୁ ୮ ରୁ ୧୦ ଜଣା ଯାତ୍ରୀଙ୍କୁ ନେଇ ଆସିକା ଅଭିମୁଖେ ଯାଉଥିବା ବେଳେ ପଛକୁ ଏକ ଟ୍ରକ୍ (ଓଆର୦୭ ଏଲ ୫୭୦୩) ଧକ୍କା ଦେବା ଫଳରେ ୩ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ । ଆହତ ମାନଙ୍କ ପରିଚୟ ମିଳିପାରିନାହିଁ । ଦୂର୍ଘଟଣା ଘଟାଇ ଚାଳକ ଟ୍ରକକୁ ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେବେଳେ ସମରଝୋଳ ପୁଲିସ୍ ବିଟ୍ ହାଉସ୍ କର୍ମଚାରୀ ସମରଝୋଳ ଛକରେ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି ।